ରାୟପୁର, ୨୧ ସେପ୍ଟେମ୍ବର (ହି.ସ.)- ବହୁ ଚର୍ଚ୍ଚିତ ଛତିଶଗଡ଼ର କୋଇଲା ଏବଂ ମଦ ଦୁର୍ନୀତି ସମ୍ପର୍କରେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏବଂ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ର ଏକ ମିଳିତ ଦଳ ରବିବାର ରାୟପୁର ଏବଂ ଅକଲତରାରେ ଚଢଉ କରିଛନ୍ତି । ଏହି ସମୟରେ, ମଦ ଦୁର୍ନୀତି ମାମଲାରେ ଇଓଡବ୍ଲୁ ଟିମ୍ ରାୟପୁର, ବିଳାସପୁର ଏବଂ ଦୁର୍ଗରେ ଚଢ଼ଉ କରିଛନ୍ତି। ସୂଚନା ଅନୁସାରେ, ଇଓଡବ୍ଲୁ ଦଳ ରାୟପୁରର ଶିବ ବିହାର କଲୋନୀ ସ୍ଥିତ ଅବଧେଶ ଯାଦବଙ୍କ ଘରେ ପହଂଚିଛି । ଅବଧେଶ ମଦ ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି । ଏହି ଟିମ୍ ବ୍ୟବସାୟୀଙ୍କ ଦୁଇଟି ସ୍ଥାନରେ ତଦନ୍ତ କରୁଛି । ଏସିବି ଏବଂ ଇଓଡବ୍ଲୁ ଅଧିକାରୀମାନେ କାଗଜପତ୍ର ଯାଂଚ୍ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଡି ଟିମ୍ ଦୁଇ ଦିନ ପୂର୍ବରୁ ଭିଲାଇର ହୁଡକୋ ଏବଂ ତାଲପୁରୀରେ ଥିବା ଚାଉଳ ମିଲର ସୁଧାକର ରାଓଙ୍କ ଘରେ ମଧ୍ୟ ଚଢ଼ଉ କରିଥିଲା । ଇଡି ଟିମ୍ ସେଠାରେ କାଗଜପତ୍ର ଯାଂଚ୍ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ