ଲକ୍ଷେ୍ଣø, ୨୧ ସେପ୍ଟେମ୍ବର(ହି.ସ.) – କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୨୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ରୁଷର କାଲିମକିୟାରେ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶିତ କରାଯିବ। ଏଥିପାଇଁ ଭାରତରୁ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ନେଇ ରୁଷ୍ ଯାଉଥିବା ପ୍ରତିନିଧିମଣ୍ଡଳ ନେତୃତ୍ୱ ଉତର ପ୍ରଦେଶ ସରକାରର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କରିବେ।
ଏହି ସୂଚନା ରବିବାର ଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି। ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରତିନିଧିମଣ୍ଡଳଙ୍କ ସହିତ ୨୩ ସେପ୍ଟେମ୍ବରକୁ ଭାରତୀୟ ବାୟୁସେନାର ବିମାନରେ ରୁଷ ପ୍ରସ୍ଥାନ କରିବେ। ଯେଉଁଠାରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା(କପିଳବାସ୍ତୁ) ଅବଶେଷର ପ୍ରଦର୍ଶନ କରାଯିବ।
ଏହି ସମ୍ବନ୍ଧରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ କପିଳବାସ୍ତୁ ଅବଶେଷର ଅନ୍ତରାଷ୍ଟ୍ରୀୟ ଯାତ୍ରା ଭାରତର ସାଫ୍ଟପାୱାର ଏବଂ ସାଂସ୍କୃତିକ କୁଟନୀତିର ପ୍ରଭାବୀ ମାଧ୍ୟମ ହେବ।ସେ କହିଛନ୍ତି ଯେ ଏହା ପୂର୍ବରୁ ଥାଇଲାଣ୍ଡ ଏବଂ ଭିଏତନାମରେ ଭଗବାନ ବୁଦ୍ଧଙ୍କ ଅବଶେଷର ପ୍ରଦର୍ଶନୀ ଆୟୋଜିତ କରାଯାଇଛି। ଥାଇଲାଣ୍ଡ ଏବଂ ଭିଏତନାମର ସଫଳତା ବୈଶ୍ୱିକ ସ୍ତରରେ ଭାରତର ପ୍ରତିଷ୍ଠା ବଢ଼ାଇଛି। ଶ୍ରୀ ମୌର୍ଯ୍ୟ କହିଛନ୍ତି ଯେ ରୁଷରେ ହେଉଥିବା ପ୍ରଦର୍ଶନୀ ଏହି ଗୌରବଶାଳୀ ପରମ୍ପରାକୁ ଆଗକୁ ବଢ଼ାଇବ ଏବଂ ଭାରତର ସାଂସ୍କୃତିକ ଛବିକୁ ଆହୁରି ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି