ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ ; ତୱାଙ୍ଗରେ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ଶିଳାନ୍ୟାସ କରିବେ, ମାତା ତ୍ରିପୁର ସୁନ୍ଦରୀ ମନ୍ଦିରରେ ପ୍ରାର୍ଥନା କରିବେ
ନୂଆଦିଲ୍ଲୀ, ୨୧ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦୁଇଟି ଉତର-ପୂର୍ବ ରାଜ୍ୟ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ୫,୧୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ସେ ତ୍ରିପୁରାରେ ମାତା ତ୍ରିପୁର
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ ; ତୱାଙ୍ଗରେ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ଶିଳାନ୍ୟାସ କରିବେ, ମାତା ତ୍ରିପୁର ସୁନ୍ଦରୀ ମନ୍ଦିରରେ ପ୍ରାର୍ଥନା କରିବେ


ନୂଆଦିଲ୍ଲୀ, ୨୧ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦୁଇଟି ଉତର-ପୂର୍ବ ରାଜ୍ୟ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ୫,୧୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ କରିବେ । ସେ ତ୍ରିପୁରାରେ ମାତା ତ୍ରିପୁର ସୁନ୍ଦରୀ ମନ୍ଦିର ସଂକଳନର ବିକାଶ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । ସେ ମନ୍ଦିରରେ ପୂଜା ଓ ଦର୍ଶନ ସହିତ ଇଟାନଗରରେ ଏକ ସାର୍ବଜନିନ କାର୍ଯ୍ୟକ୍ରମରେ ମଧ୍ୟ ଉଦବୋଧନ ଦେବେ । ସେ ତୱାଙ୍ଗରେ ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଇଟାନଗରରେ ୩,୭୦୦ କୋଟିରୁ ଅଧିକ ମୂଲ୍ୟର ଦୁଇଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅରୁଣାଚଳ ପ୍ରଦେଶର ସିୟୋମ ଉପ-ବେସିନରେ ହିଓ ଜଳବିଦ୍ୟୁତ୍ ପ୍ରକଳ୍ପ (୨୪୦ ମେଗାୱାଟ) ଏବଂ ଟାଟୋ-୧ ଜଳବିଦ୍ୟୁତ୍ ପ୍ରକଳ୍ପ (୧୮୬ ମେଗାୱାଟ) ବିକଶିତ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande