ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ପବନ କୁମାର ବଜନ୍ଥରୀ
ପାଟନା, ୨୧ ସେପ୍ଟେମ୍ବର (ହି.ସ.) – ରବିବାର ଦିନ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ପବନ କୁମାର ବଜନ୍ଥରୀ ଶପଥ ଗ୍ରହଣ କରିଛନ୍ତି । ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋ
ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ପବନ କୁମାର ବଜନ୍ଥରୀ


ପାଟନା, ୨୧ ସେପ୍ଟେମ୍ବର (ହି.ସ.) – ରବିବାର ଦିନ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ପବନ କୁମାର ବଜନ୍ଥରୀ ଶପଥ ଗ୍ରହଣ କରିଛନ୍ତି । ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏକ ସମାରୋହରେ ତାଙ୍କୁ ଶପଥପାଠ କରାଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଥିଲେ । ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବର ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକୁ ସେୟାର କରି ନୀତିଶ କୁମାର ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଆଜି ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପବନ କୁମାର ଭୀମପା ବଜନ୍ଥରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି । ପବନ କୁମାର ବଜନ୍ଥରୀ ୨୭ ଅଗଷ୍‌ଟ, ୨୦୨୫ଠାରୁ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ । ତତ୍କାଳୀନ ମୁଖ୍ୟ ବିଚାରପତି, ଜଷ୍ଟିସ ବିପୁଲ ଏମ୍‌. ପାଂଚୋଲିଙ୍କୁ ସୁପ୍ରିମକୋର୍ଟକୁ ଉନ୍ନୀତ କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଶପଥ ଗ୍ରହଣ କରିବା ପରେ ପବନ କୁମାର ବଜନ୍ଥରୀ ଏବେ ପୂର୍ଣ୍ଣକାଳୀନ ମୁଖ୍ୟ ବିଚାରପତି ଭାବରେ ପାଟନା ହାଇକୋର୍ଟରେ ନ୍ୟାୟିକ ପ୍ରଶାସନର ନେତୃତ୍ୱ ନେବେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande