କୋଇଲା ଓ ମଦ ଘୋଟାଲା ମାମଲାରେ 10ଟି ଠିକଣାରେ ଇଓଡବ୍ଲୁ ରେଡ୍
ରାୟପୁର, 21 ସେପ୍ଟେମ୍ବର (ହି.ସ.) - ଛତିଶଗଡ଼ର କୋଇଲା ଓ ମଦ ଘୋଟାଲା ମାମଲାରେ ଆର୍ଥିକ ଅପରାଧ ବିଭାଗ ଦଳ ରବିବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜଧାନୀ ରାୟପୁର, ବିଳାସପୁର ଓ ଦୁର୍ଗରେ ଅନେକ ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରିଛି । ପୂରା ରାଜ୍ୟରେ 10ଟି
କୋଇଲା ଓ ମଦ ଘୋଟାଲା     ମାମଲାରେ 10ଟି ଠିକଣାରେ ଇଓଡବ୍ଲୁ ରେଡ୍


ରାୟପୁର, 21 ସେପ୍ଟେମ୍ବର (ହି.ସ.)

- ଛତିଶଗଡ଼ର କୋଇଲା

ଓ ମଦ ଘୋଟାଲା ମାମଲାରେ ଆର୍ଥିକ ଅପରାଧ ବିଭାଗ ଦଳ ରବିବାର ଦିନ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରିଛି। ରାଜଧାନୀ ରାୟପୁର, ବିଳାସପୁର ଓ ଦୁର୍ଗରେ ଅନେକ ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରିଛି । ପୂରା ରାଜ୍ୟରେ 10ଟି

ସ୍ଥାନରେ ଇଡବ୍ଲୁଓ ରେଡ୍ କରିଛି।

ମଦ ଘୋଟାଲା ସନ୍ଦର୍ଭରେ

ଏହି ରେଡ୍ କରାଯାଇଛି। ରାୟପୁର, ବିଳାସପୁର ଓ ଦୁର୍ଗରେ ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରାଯାଇଛି। ରାଜଧାନୀ ରାୟପୁରରେ 3-4

ଟି ସ୍ଥାନରେ ରେଡ୍ କରାଯାଇଛି । ରାୟପୁର ଅଞ୍ଚଳରେ ଥିବା ଶିବ ବିହାର କଲୋନୀରେ ସ୍ଥିତ ମଦ

ବ୍ୟବସାୟୀ ଅବଧେଶ ଯାଦବଙ୍କ ଘରେ ମଧ୍ୟ ଇଓଡବ୍ଲୁ ଦଳ ପହଞ୍ଚିଥିଲେ ଓ ସେଠାରେ କାଗଜ ପତ୍ର ଯାଞ୍ଚ

କରୁଛନ୍ତି।

ଏହିପରି ଭାବେ ଦୁର୍ଗ ଓ ବିଳାସପୁରରେ

ମଧ୍ୟ ଦଳ ରେଡ୍ କରି ତଦନ୍ତ କରୁଛି। ଜାଞ୍ଜଗୀର-ଚାଂପା ଜିଲ୍ଲାର ଅକଲତରାରେ ଇଓଡବ୍ଲୁର 12 ସଦସ୍ୟ

ଦଳ ଖଣିଜ ଅଧିକାରୀଙ୍କ ପୁଅଙ୍କ ଠିକଣାରେ ରେଡ୍ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande