ମିଳିତ ଜାତିସଂଘ ଶାନ୍ତି ଦିବସରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ କହିଲେ- ଶାନ୍ତି ଆତ୍ମାରୁ ଆସିଥାଏ
ନୂଆଦିଲ୍ଲୀ, 21 ସେପ୍ଟେମ୍ବର (ହି.ସ.)- ଇଣ୍ଟରନ୍ୟାସନାଲ୍ ଶାନ୍ତି ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଭାରତର ବିବିଧତା ଓ ସଂବାଦର ପରମ୍ପରା, ଆଜିର ଅଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏକ ଆଶାର କିରଣ ଅଟେ । ଏହି ଦିବସ ପ୍ରତିବର୍ଷ ମିଳିତ ଜାତିସଂଘ ଦ
ମିଳିତ ଜାତିସଂଘ ଶାନ୍ତି     ଦିବସରେ କଂଗ୍ରେସ ଅଧ୍ୟକ୍ଷ ଖଡଗେ କହିଲେ- ଶାନ୍ତି ଆତ୍ମାରୁ ଆସିଥାଏ


ନୂଆଦିଲ୍ଲୀ, 21 ସେପ୍ଟେମ୍ବର (ହି.ସ.)- ଇଣ୍ଟରନ୍ୟାସନାଲ୍

ଶାନ୍ତି ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଭାରତର ବିବିଧତା ଓ ସଂବାଦର ପରମ୍ପରା, ଆଜିର ଅଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଏକ ଆଶାର କିରଣ ଅଟେ । ଏହି

ଦିବସ ପ୍ରତିବର୍ଷ ମିଳିତ ଜାତିସଂଘ ଦ୍ୱାରା ପାଳନ କରାଯାଏ ।

ଖଡ଼ଗେ ସୋସିଆଲ ମିଡିଆ

ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଅହିଂସା ଶିକ୍ଷା ଘୃଣା ଓ ହିଂସାକୁ କମ କରିବାରେ

ସାହାଯ୍ୟକାରୀ ହୋଇପାରିବ। ସେ ଲୋକମାନଙ୍କୁ ଯୁଦ୍ଧ ଓ ଅସମାନତା ବିରୋଧରେ ଏକଜୁଟ ହୋଇ ରହିବାକୁ

ଆହ୍ୱାନ କରିଛନ୍ତି।

ଏହି ଅବସରରେ ସେ ଦେଶର

ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ସ୍ମରଣ କରିଛନ୍ତି। ନେହେରୁଙ୍କ କଥା

ଉଦ୍ଧୃତ କରି ସେ କହିଛନ୍ତି – “ଶାନ୍ତି ହେଉଛି ମନର ଏମିତି ଅବସ୍ଥା ଯାହା ଆତ୍ମାରୁ ଆସେ।” ଖଡ଼ଗେ କହିଛନ୍ତି ଯେ ଏହି ଚିନ୍ତାଧାରା, ଏହି ବର୍ଷର ଇଣ୍ଟରନ୍ୟାସନାଲ୍ ପିସ୍ ଡେର ଥିମ୍

ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ପଦକ୍ଷେପ ନିଅ ସହ ମେଳ ଖାଉଛି, ଯାହା ସମସ୍ତଙ୍କୁ ଏକତାର ବାର୍ତ୍ତା ଦେଇଥାଏ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande