ପୋରବନ୍ଦରରେ ମାଲବାହକ ଜାହଜରେ ଲାଗିଲା ନିଆଁ
ପୋରବନ୍ଦର, 23 ସେପ୍ଟେମ୍ବର (ହି.ସ.)- ଗୁଜରାଟର ପୋରବନ୍ଦର କୂଳରେ ସମୁଦ୍ର ମଧ୍ୟରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିଛି । ପ୍ରଶାସନ ସାବଧାନତା ପୂର୍ବକ ଲୋକମାନଙ୍କ ଯିବାଆସିବା ଉପରେ ନିଷେଧାଜ୍ଞା ଜାରି କରିଛି। ଅଧିକାରୀମାନଙ୍କ କହିବାଅନୁଯାୟୀ, ପୋରବନ୍ଦର କୂଳରେ ଏକ
ପୋରବନ୍ଦରରେ ମାଲବାହକ     ଜାହଜରେ ଲାଗିଲା ନିଆଁ


ପୋରବନ୍ଦର, 23 ସେପ୍ଟେମ୍ବର (ହି.ସ.)- ଗୁଜରାଟର

ପୋରବନ୍ଦର କୂଳରେ ସମୁଦ୍ର ମଧ୍ୟରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିଛି । ପ୍ରଶାସନ ସାବଧାନତା

ପୂର୍ବକ ଲୋକମାନଙ୍କ ଯିବାଆସିବା ଉପରେ ନିଷେଧାଜ୍ଞା ଜାରି କରିଛି।

ଅଧିକାରୀମାନଙ୍କ

କହିବାଅନୁଯାୟୀ, ପୋରବନ୍ଦର କୂଳରେ ଏକ ମାଲବାହୀ ଜାହାଜରେ ସକାଳ ସମୟରେ ଭୟାବହ ନିଆଁ

ଲାଗିଛି। ଜାମନଗରରୁ ଆସିଥିବା 'ହରି ଦର୍ଶନ' ନାମକ ଜାହାଜରେ ଲାଗିଥିବା ନିଆଁ ଏପର୍ଯ୍ୟନ୍ତ ଆୟତ ହୋଇପାରିନାହିଁ। ଘଟଣାର ସୂଚନା ମିଳିବା

ମାତ୍ରେ, ଜିଲ୍ଲା ପୋଲିସ୍ ମୁଖ୍ୟଙ୍କ ସହ ଉଚ୍ଚ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ

ପହଞ୍ଚିଛନ୍ତି।

ଜଳୁଥିବା ଜାହାଜରୁ ଏଯାଏଁ

ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଏହି ବିସ୍ଫୋରଣଗୁଡିକ ଜାହାଜରେ ଥିବା ଏଲପିଜି ସିଲିଣ୍ଡର ଦ୍ୱାରା ହେଉଛି। ଅଧିକାରୀମାନେ

କହିଛନ୍ତି ଯେ, ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି, କିନ୍ତୁ ଏପର୍ଯ୍ୟନ୍ତ ସଫଳତା ମିଳିନାହିଁ। ନିଆଁ କିପରି ଲାଗିଲା ତାହାର ତଦନ୍ତ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande