ଏ-୨ ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ସାରା ଭାରତରେ କେବଳ ନୁହେଁ ସାରା ବିଶ୍ୱରେ ଚର୍ଚାର ପରିଧି ଭିତରକୁ ଟାଣି ହୋଇଆସିଛି ଧାମରା। ଆଜିସନ୍ଧ୍ୟା ୬.୩୦ ମିନଟ ସମୟରେ ଏ-୨ ପ୍ରାଇମ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କଲାମ ଦ୍ୱୀପରୁ ହୋଇ ଯାଇଛି। ଭୂପୃଷ୍ଠରୁ ଭୁପୃଷ୍ଟକୁ ଉତକ୍ଷେପଣ କରାଯାଉଥିବା ଏହି ମିସାଇଲ
A-2 PRIME MISSILE SAFALA PARIKHYANA


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ସାରା ଭାରତରେ କେବଳ ନୁହେଁ ସାରା ବିଶ୍ୱରେ ଚର୍ଚାର ପରିଧି ଭିତରକୁ ଟାଣି ହୋଇଆସିଛି ଧାମରା। ଆଜିସନ୍ଧ୍ୟା ୬.୩୦ ମିନଟ ସମୟରେ ଏ-୨ ପ୍ରାଇମ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କଲାମ ଦ୍ୱୀପରୁ ହୋଇ ଯାଇଛି। ଭୂପୃଷ୍ଠରୁ ଭୁପୃଷ୍ଟକୁ ଉତକ୍ଷେପଣ କରାଯାଉଥିବା ଏହି ମିସାଇଲଟି ୧ହଜାର କିଲୋମିଟରୁ ଆରମ୍ଭ ହୋଇ ୪ହଜାର କିମି ଦୂରତା ଅତିକ୍ରମ କରିବାର କ୍ଷମତା ବହନ କରିଛି। ୨ ଷ୍ଟେଜ କଠିନ ଇନ୍ଧନ ବ୍ୟବହାର କରାଯାଇ ଏହା ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ଥ୍ରଟି ମୋବାଇଲ ଲଂଚରରୁ ପରୀକ୍ଷଣ କରାଯାଇଥିବା ବେଳେ ଏହା ମଧ୍ୟ ରେଳ ଲଂଚରୁ ପରୀକ୍ଷଣ କରାଯାଇ ପାରିବ ବୋଲି ଜଣାଯାଇଛି। ପରମାଣୁ ଯୁଦ୍ଧାସ୍ଥ୍ର ବହନ କରିପାରୁଥିବା ଏହି ଏ-୨ ପ୍ରାଇମ ମିଶାଇଲ ଟି ପୂର୍ବରୁ ଅଗ୍ନି-୪ ଭାବେ ନାମିତ ହୋଇ ପରୀକ୍ଷଣ ହୋଇଥିବା ବେଳେ ଏହାର କିଛି ଉନ୍ନତୀ କରଣ କରାଯାଇ ଏ-୨ ପ୍ରାଇମ ନାମରେ ନାମିତ କରାଯାଇଛି। ଏହାର ପରୀକ୍ଷଣ ପ୍ରଥମେ ୨୦୧୦ ମସିହାରେ ହୋଇଥିବା ବେଳେ ଆଜି ଏହାର ବ୍ୟାହାରିକ ପରୀକ୍ଷଣ ଟି ବିଭିନ୍ନ ସେନା ର ସ୍ୱତନ୍ତ୍ର ଅଧିକାରୀ ଙ୍କ ସ୍ୱତନ୍ତ୍ର ବିଭାଗ ଦ୍ୱାରା କରାଯାଇଥିଲା ଏବଂ ଏହି ପରୀକ୍ଷଣ ସଫଳ ହୋଇଥିବା ଜଣାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande