କଲେଜ ସମସ୍ୟା ନେଇ ଏବିଭିପିର ଦାବିପତ୍ର ପ୍ରଦାନ
ଭୁବନ, ୨୪ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ତରଫରୁ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ଦ୍ୱାରା ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା ଓ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ୟା ର ସମାଧାନ ପାଇଁ ମହାବିଦ୍
କଲେଜ ସମସ୍ୟା ନେଇ ଏବିଭିପିର ଦାବିପତ୍ର ପ୍ରଦାନ


ଭୁବନ, ୨୪ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନ ନଗର ତରଫରୁ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ଦ୍ୱାରା ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା ଓ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ୟା ର ସମାଧାନ ପାଇଁ ମହାବିଦ୍ୟାଳୟ ଅଧକ୍ଷ ଙ୍କ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ମହାବିଦ୍ୟାଳୟର ଛାତ୍ର ନେତା ପ୍ରଜ୍ଞ ରଞ୍ଜନ ସାହୁ ଙ୍କ ସହ ଜ୍ଞାନ ରଞ୍ଜନ ସାହୁ, ଶୁଭମ୍ ସାହୁ, ବିଶ୍ୱଜିତ୍ ବେହେରା, ଶ୍ରୀୟା ବାରିକ, ପ୍ରଶାନ୍ତ ଦାସ, ରୂପାଲି ଦାସ, ରାଜେଶ ପୃଷ୍ଟି, ବର୍ଷା ପାତ୍ର, ଲିଜା ପ୍ରଧାନ, ଚିନ୍ମୟୀ ପ୍ରଧାନ , ବବିତା ଖଟୁଆ, ଲିସା ପାତ୍ର, ଆଶିଷ ସାହୁ, ଲିପୁନ ବେହେରା, ପ୍ରୀତି ରଞ୍ଜନ ସାହୁ, ସ୍ମୃତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande