ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଚଢାଉ : ବହୁ ପରିମାଣରେ ମହୁଲ ପୋଚ ଓ ରନ୍ଧା ମଦ ଜବତ : ୨ ମାମଲା ରୁଜୁ
ଚମ୍ପୁଆ, ୨୪ ସେପ୍ଟେମ୍ବର (ହି.ସ.) - ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ରେ ବହୁ ପରିମାଣ ରେ ଚୋରା ମହୁଲି ମଦ ଓ ପୋଚ ଜବତ ହୋଇ ନଷ୍ଟ କରାଯାଇଥିବା ଜଣାପଡିଛି । ଆଜି କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟତ ଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ବିଭିନ୍ନ ଗ୍ରାମରେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ
ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଚଢାଉ : ବହୁ ପରିମାଣରେ ମହୁଲ ପୋଚ ଓ ରନ୍ଧା ମଦ ଜବତ : ୨ ମାମଲା ରୁଜୁ


ଚମ୍ପୁଆ, ୨୪ ସେପ୍ଟେମ୍ବର (ହି.ସ.) - ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ରେ ବହୁ ପରିମାଣ ରେ ଚୋରା ମହୁଲି ମଦ ଓ ପୋଚ ଜବତ ହୋଇ ନଷ୍ଟ କରାଯାଇଥିବା ଜଣାପଡିଛି । ଆଜି କେନ୍ଦୁଝର ଅବକାରୀ ଅଧିକ୍ଷକ ସୀତାରାଣି ପଟ୍ଟାୟତ ଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ବିଭିନ୍ନ ଗ୍ରାମରେ ଚମ୍ପୁଆ ଅବକାରୀ ନିରୀକ୍ଷକ ଏଚ ଜଗା ରାଓ ଙ୍କ ତତ୍ୱାବଧାନରେ ଓ ମାଜିଷ୍ଟ୍ରେଟ ସୁଜିତ୍ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ଚମ୍ପୁଆ ଅବକାରୀ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମରେ ଚଢ଼ାଉ କରାଯାଇ ୮୦୦୦ କିଗ୍ରା ମହୁଲ ପୋଚ ଓ ୬୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ନଷ୍ଟ କରାଯାଇଛି । ଏଥି ସହିତ ମଦ ପ୍ରସ୍ତୁତି ସରଞ୍ଜାମ ସବୁ ବିଭାଗ ଜବତ କରିଛି । ତେବେ ଚଢ଼ାଉ ପୂର୍ବରୁ ସୁରାକ ପାଇ ଚୋରା ମଦ କାରବାରରେ ସଂପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବିଭାଗ ପକ୍ଷରୁ ମୋଟ୍ ୨ ଟି ମାମଲା ରୁଜୁ ହୋଇଛି। ସୂଚନା ଯୋଗ୍ୟ କି ଉକ୍ତ ଗ୍ରାମ ଗୁଡିକରେ ଦେଶୀ ରନ୍ଧା ମଦ ଏକ କୁଟୀର ଶିଳ୍ପ ପାଲଟି ସାରିଥିବା ବେଳେ ଏହି ମଦ ବିଭିନ୍ନ ଅଂଚଳରେ ଅବାଧରେ ଉପଲବ୍ଧ ହେଉଥିବାରୁ ଦିନକୁ ଦିନ ସ୍ଥାନୀୟ ଅଂଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଥିଲା । ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଏଚ ଜଗା ରାଓ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଚମ୍ପୁଆ, ଯୋଡା, ବଡ଼ବିଲ , ସଦର ଅବକାରୀ ବିଭାଗ, ମୋବାଇଲ ସ୍କ୍ୱାଡ ଓ ପୋଲିସ୍ ସାମିଲ୍ ଥିବା ଜଣା ପଡିଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande