କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଆଜି ବି ଅଭୁଲା ଅରିନ୍ଦମ ଦାସ । ଦିବଙ୍ଗତ ସୁସନ୍ଧାନ ଅରିନ୍ଦମଙ୍କୁ ଆଜି ବି ଝୁରୁଛି କେନ୍ଦୁଝର ମାଟି । ଓଡ଼ିଶାର ସ୍ବନାମଧନ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ତାଙ୍କର ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଇକଳା ଗ୍ରାମରେ ପରିବାରବର୍ଗ, ଗ୍ରାମବାସୀ ଓ ଶୁଭେଛୁଙ୍କ ଗହଣରେ ଶୋକାକୁଳ ପରିବେଶରେ ପାଳିତ ହୋଇଛି । ୨୦୨୧ ମସିହା ସେପ୍ଟେମ୍ବର ମାସର ଆଜି ଦିନରେ ଖବର ପରିବେଷଣ କରୁଥିଲାବେଳେ ମୁଣ୍ଡୁଳି ବ୍ୟାରେଜ ମହାନଦୀରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ପୈତୃକ ଗାଁ ରାଇକଳାରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସ୍ମୃତି ସଭା କରାଯାଇଥିଲା, ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତି ସଭାରେ ଯୋଗ ଦେଇ ତାଙ୍କର ସୃତି ଚାରଣ କରିଥିଲେ । ଅରିନ୍ଦମ ଜଣେ ସାହସୀ, ନିଷ୍ପାବାନ ସାମ୍ବାଦିକ ଥିଲେ, ବନ୍ୟା ହେଉ କି ବାତ୍ୟା ସବୁଠି ଖବର ପରିବେଷଣ କରିବାରେ ଆଗରେ ଥିଲେ । ସବୁ ପରେ ବି ଜଣେ ମା, ଜଣେ ଭଉଣୀ ତାଙ୍କର ନିଜର ଅତି ଆପଣାର ସନ୍ଧାନ ଓ ଭାଇକୁ ହରାଇଛନ୍ତି, ଏପରି ସ୍ଥଳେ ଅରିନ୍ଦମଙ୍କ ପରି ଦୁଃସାହସ ଆଉ କେଉଁ ପୁଅ ନକରନ୍ତୁ ଯାହା ପାଇଁ ମାଆର ଓ ପରିବାର ଲୋକଙ୍କ ଆଖୁରୁ ଲୁହ ନଝରୁ ବୋଲି ତାଙ୍କ ବଡ଼ ଭଉଣୀ ରୋଜାଲିନ ଦାସ ଅତ୍ୟନ୍ତ ଛଳଛଳ ଭାବେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA