ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ପଞ୍ଜିକରଣ ଶିବିର
କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ(୭୦ ବର୍ଷରୁ ଉର୍ଦ୍ଧ୍ୱ) ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ନିମନ୍ତେ ପଞ୍ଜିକରଣ ଶିବିର ମେଡିକାଲ ରୋଡ଼ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛ
ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ପଞ୍ଜିକରଣ ଶିବିର


କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରିକଙ୍କ(୭୦ ବର୍ଷରୁ ଉର୍ଦ୍ଧ୍ୱ) ପାଇଁ ଉଦ୍ଦିଷ୍ଟ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ଼ ନିମନ୍ତେ ପଞ୍ଜିକରଣ ଶିବିର ମେଡିକାଲ ରୋଡ଼ ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସଂଘର ସଭାପତି ପୀତାମ୍ବର ଦାସ ଉଦ୍‌ଘାଟନ କରିଥିଲେ। ଶତାଧିକ ବରିଷ୍ଠ ନାଗରିକ ସେମାନଙ୍କର ଆଧାର କାର୍ଡ଼ ଓ ମୋବାଇଲ ମାଧ୍ୟମରେ ନାମ ପଞ୍ଜିକରଣ କରିଥିଲେ। ଏହି ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶିଷ କୁମାର ପଣ୍ଡା, ସୁଶ୍ରୀ ଲିପ୍ସା ଦାସ ପଞ୍ଜିକରଣ କାର୍ଯ୍ୟ କରିଥିବାବେଳେ ସଂଘ ତରଫରୁ ସଧାରଣ ସମ୍ପାଦକ ହେମନ୍ତ କୁମାର ଜେନା, ଯୁଗ୍ମ ସଂପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ଅବନୀ କୁମାର ମହାନ୍ତି, ବିଜୟ କୁମାର ଦାସ, ଘନଶ୍ୟାମ ନାୟକ, ସୁବାସ ଚନ୍ଦ୍ର ପାତ୍ର, ପତିତପାବନ ଲେଙ୍କା, ଗୋଲକ ଚନ୍ଦ୍ର ସାହୁ, ଭଗବାନ ସାହୁ, ଗୌରାଙ୍ଗ ସିଂହ, ସୟଦ ମହମ୍ମଦ ଜାହିଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଅ।।ଗାମୀ ଶିବିର ଅକ୍ଟୋବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ। ସେହିଦିନ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ପଞ୍ଜିକରଣର ସୁଯୋଗ ନେବାକୁ ହେମନ୍ତ କୁମାର ଜେନା ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande