ବଡ଼ ସରକାର ବାବାଙ୍କ ୧୧ତମ ବାର୍ଷିକ ଫାତେହା’ ଉଦଯାପିତ, ଲକ୍ଷାଧିକ ଭକ୍ତଙ୍କ ସମାଗମ ସମାରୋହ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ଠାରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ହଜରତ ବଡ଼ ସରକାର ବାବା (ର.ଅ) ଙ୍କ ୧୧ତମ ବାର୍ଷିକ ଫାତେହା’ ପର୍ବ ପାଳିତ ହୋଇଯାଇଛି ଓ ଏହି ଫାତେହା ଉତ୍ସବ ଖାନକାହା ଗୁଲଶନେ ଗୌସପାକ ଟ୍ରଷ୍ଟର ସଭାପତି ହାଜି
BADA SARKAR BABA FATEHA UTSAV


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ଠାରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ହଜରତ ବଡ଼ ସରକାର ବାବା (ର.ଅ) ଙ୍କ ୧୧ତମ ବାର୍ଷିକ ଫାତେହା’ ପର୍ବ ପାଳିତ ହୋଇଯାଇଛି ଓ ଏହି ଫାତେହା ଉତ୍ସବ ଖାନକାହା ଗୁଲଶନେ ଗୌସପାକ ଟ୍ରଷ୍ଟର ସଭାପତି ହାଜି ଓ ହାଫିଜ଼ ଶେଖ ମହମ୍ମଦ ଇସହାକ ଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଅତା ମୋହିଉଦ୍ଦିନଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା ଆମ ରାଜ୍ୟ ତଥା ରାଜ୍ୟ ବାହାରୁ କଲିକତା, ବିହାର,ଏଲ୍ଲାହାବାଦ, ହାଇଦ୍ରାବାଦ, ଦିଲ୍ଲୀ, କାଶ୍ମୀର ସହିତ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ବାବାଙ୍କ ଭକ୍ତ ଯୋଗ ଦେଇଥିଲେ ଓ ଏହି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ଏବଂ ପ୍ରତ୍ୟେକ ଭକ୍ତମାନେ 'ସଦଭାବନାର ପ୍ରତୀକ' ବଜାୟ ରଖି ଓ ଭଦ୍ରକ ଭାଇଚାରାକୁ ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ ଓ ଉତ୍ସବର ପୂର୍ବ ଦିନ ଭକ୍ତମାନେ ଖାନକାହା କମିତିରେ ଶିରିଣୀ (ପ୍ରସାଦ) ଭୋଗ ପାଇଁ ଫଳସାମଗ୍ରୀ ଆଣି ପହଂଚାଇ ଦେଇଥିଲେ ଓ ଅର୍ଦ୍ଧରାତ୍ରିରେ ବଡ଼ ବାବାଙ୍କ ସମାଧି ପୀଠରେ ସ୍ନାନ (ଗୋସଲଖାନୀ), କରି କମିଟିର ଚାଦର ଚଢ଼ା ଯାଇଥିଲା ଓ ସକାଳ ନମାଜପାଠ ସାରି କୋରାନଖାନୀ , ମିଲାଦ ସରିଫ ଏବଂ ଫାତେହା ଉତ୍ସବ’ କାର୍ଯ୍ୟକ୍ରମ ସରିଲାପରେ ସମସ୍ତ ଭକ୍ତଙ୍କୁ ଶିରିଣି (ଫଳ ପ୍ରସାଦ) ବଂଟନ କରାଯାଇଥିଲା ଓ ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରିଥିଲେ ଓ ଏଠି କୌଣସି ଭେଦଭାବ ରହେ ନାହିଁ ଓ ଉତ୍ସବ ଦିନ ସକାଳ ୧୦ରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଚାଦର ଶୋଭାଯାତ୍ରା କରି ଚାଦର ଚଢ଼ାଇଥିଲେ ଓ ଭକ୍ତ ମାନଙ୍କ ପାଇଁ ଖାନକାହା ଠାରେ ଫ୍ରି ଟି ଷ୍ଟଲ, ମାଗଣା ଔଷଧ ଦିଆଯାଇଥିଲା ଓ ବଜ଼ମେ ହବିବ କମିଟି ଓ କାଦିରୀ ବୀରାଦରାନ ତରଫରୁ ଲଙ୍ଗର (ଦିନ ଓ ରାତ୍ରି ଖାଇବାର ) ସୁବ୍ୟବସ୍ତା କରାଯାଇଥିଲା ଓ ଉତ୍ସବ ଦିନ ଶହ ଶହ ଦୋକାନର ମେଳା ପସରା ଜମିଥିଲା ଓ ବାଲେଶ୍ୱର ରୂପସା ରୁ ଚାଲି ଚାଲି ଭଦ୍ରକ ଖାନକାହା ରେ ୨୦ ଜଣ ଭକ୍ତ ପହଂଚିଥିବାରୁ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କୀ ଦାଲୱାଜି ହବିବ ନିଜେ ଉପସ୍ଥିତ ରହି ସେମାନଙ୍କୁ ଫୁଲତୋଡ଼ା ସହ ଉତରୀୟ ପ୍ରଦାନ କରିଥିଲେ ଓ ଏହି ଉତ୍ସବରେ ବିଭିନ୍ନ ଦଳର ନେତା ମାନେ ଯୋଗଦାନ କରି ବାବାଙ୍କ ପୀଠରେ ଦର୍ଶନ କରିଥିଲେ ଓ ଭଦ୍ରକ ଶାନ୍ତି କମିଟିର ସଭ୍ୟ ସୁଧାକର ରାଉତ , ଅତୀଶ କୁମାର ବେହେରା, ଅଶୋକ କୁମାର ଦାସ , ଗୌରାଙ୍ଗ ପଣ୍ଡା, ହୃଦାନନ୍ଦ ବେହେରା, କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଖାନକାହା ପରିଦର୍ଶନ କରିଥିଲେ ଓ ଖାନକାହା ଗୁଲଶନେ ଗୌସପାକ ର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ଏବଂ ଜିଲ୍ଲା ପୋଲିସ ପ୍ରଶାସନର ଦାୟିତ୍ୱ ଉଚ୍ଚ କୋଟିର ଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande