ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଖୋର୍ଦ୍ଧା ମୀରା ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ
କୁଇଜ


ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ୱ ପର୍ଯ୍ୟଟନ ଦିବସ -୨୦୨୫ ଉପଲକ୍ଷେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଖୋର୍ଦ୍ଧା ମୀରା ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଦର ମହକୁମା ସହ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ପର୍ଯ୍ୟଟନ ତଥ୍ୟ ସମ୍ବଳିତ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ଆଶୁତୋଷ ମହାପାତ୍ର, ଆର୍ଯ୍ୟଭଟ୍ଟ ଏକାଡେମୀ ପ୍ରଥମ, ନିଶି ନକ୍ଷତ୍ର, ଆର୍ଯ୍ୟଭଟ୍ଟ ଏକାଡେମୀ ଦ୍ୱିତୀୟ, ସୁରଭୁ ସଂଧ୍ୟା,ଏସ ଡି ଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାବିଦ୍ୟାଳୟ ସ୍ତରରେ ହୃଷିକେଶ ପଣ୍ଡା, ପ୍ରଥମ, ସୁଭଲକ୍ଷ୍ମୀ ପଣ୍ଡା ଦ୍ୱିତୀୟ ଏବଂ ସ୍ମୃତିପ୍ରଜ୍ଞା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଅର୍ଥରାଶି ଓ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରିବା ସହ ନିଜ ଘରେ, ପଡ଼ିଶାରେ ଏବଂ ଅଧ୍ୟୟନ କରିଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ସବୁସ୍ଥାନରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ଏବଂ ଆମ ଭାରତର ଐତିହ୍ୟ ଓ ସଂସ୍କୃତି ଅତି ମହାନ ଓ ଏହାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କ ବିଶ୍ୱ ପର୍ଯ୍ୟଟନ ଦିବସରେ ଧେୟ ହେଉ ବୋଲି ପ୍ରକାଶ କରିଥିଲେ । ଶେଷରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande