ପଟ୍ଟାମୁଣ୍ଡାଇ , 24 ସେପ୍ଟେମ୍ବର (ହି.ସ.)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ସରା ଭାରତରେ ସେବାପକ୍ଷ ଭାବେ ପାଳନ କରାଯାଉଛି l ଏହି ସେବା ପକ୍ଷରେ ବୃକ୍ଷ ରୋପଣ, ଚାରା ବଣ୍ଟନ, ସ୍ୱଛତା, ରକ୍ତଦାନ ଆଦି କାର୍ଯ୍ୟକ୍ରମ କରାଯାଉଛି l
କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ 15ନମ୍ବର ମଣ୍ଡଳ ତରଡିପାଳ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି lଏହି କାର୍ଯ୍ୟକ୍ରମ ରେ କୃଷକ ମୋର୍ଚ୍ଚା ର ରାଜ୍ୟ ସଂଯୋଜକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ର ମା ପାଇଁ ଗଛଟିଏ ଓ ସେବାପକ୍ଷ ର ସଂଯୋଜକ ସୁରଥ ସେଠୀ ଚାଷୀ ମାନଙ୍କୁ 500 ରୁ ଉର୍ଧ୍ଵ ଚାରା ବଣ୍ଟନ କରିଥିଲେ l ସ୍ୱଛତା କାର୍ଯ୍ୟକ୍ରମ ରେ ତରଡିପାଳର ମା ତାରିଣୀଙ୍କ ମନ୍ଦିର ପରିସରକୁ ସଫେଇ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରତ୍ନାକର ସେଠି (ଟିଟନ ), ବାବୁଲି ମଲ୍ଲିକ, ଅଶୋକ ମଲ୍ଲିକ, ଜିତେନ୍ଦ୍ର ନାଥ, ନାରଦ ବିଶ୍ୱାଳ, ସୁବ୍ରତ ଦାସ, ଟିକିନା ନାଥ, ବିଭୁ ରଞ୍ଜନ ସେଠି, ପ୍ରମୋଦ ଖଟୁଆ, ନୃସିହ ମଲ୍ଲିକ, ହୃଷିକେଶ ସେଠି ସୁଶାନ୍ତ ମଲ୍ଲିକ, ଅକ୍ଷୟ ମଲ୍ଲିକ,ସମର ବିଶ୍ୱାଳ, ଦିଲ୍ଲୀପ ଜେନା,ସନାତନ ଦାସ, ବିଜୟ ମଲ୍ଲିକ,ନିର୍ମଳ ରାଉତ, ଜିତେନ୍ ନାଥଶର୍ମା ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ