ଜିଲ୍ଲାପାଳଙ୍କ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ
କୋରାପୁଟ, 24 ସେପ୍ଟେମ୍ବର (ହି.ସ.) କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । କୋରାପୁଟ ବ୍ଲକର ଘାଟିଗୁଡା ଠାରେ ଚାଲିଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲିମିକା ଠାରେ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା), ଡୁ
ଜିଲ୍ଲାପାଳଙ୍କ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ


କୋରାପୁଟ, 24 ସେପ୍ଟେମ୍ବର (ହି.ସ.)

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କୋରାପୁଟ ବ୍ଲକ ଓ ସୁନାବେଡା ପୌରପରିଷଦର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । କୋରାପୁଟ ବ୍ଲକର ଘାଟିଗୁଡା ଠାରେ ଚାଲିଥିବା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲିମିକା ଠାରେ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା), ଡୁମୁରିପୁଟ ସ୍ଥିତ ସୁଭଦ୍ରା ଶକ୍ତି କାଫେ, ପଦ୍ମପୁର ସ୍ଥିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଏବଂ ଡୁମୁରିଗୁଡ଼ା ସ୍ଥିତ କଫି ଚାରା ପ୍ରସ୍ତୁତିକରଣ କେନ୍ଦ୍ର ପରିଦର୍ଶନ କରି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ । ସେମାନେ କିପରି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସଂପର୍କରେ ପରାମର୍ଶ ଦେଇଥିଲେ । କଫି ଚାରା ଉତ୍ପାଦନ କିପରି ବୃଦ୍ଧି ହେବ ସେ ସଂପର୍କରେ ଆଲୋଚନା କରିଛନ୍ତି । ଯାହା ଅସୁବିଧା ରହିଛି ତାହା ପ୍ରଶାସନ ତରଫରୁ ଯଥାଶିଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି । ପରେ ସୁନାବେଡ଼ା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନଗୁଡ଼ିକ ପରିଦର୍ଶନ କରି କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ଅଡିଟୋରିୟମ,ଡେଲିମାର୍କେଟ,ହାଟପଦା ଆଦି ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧୁରା ରହିଥିବା କାର୍ଯ୍ୟ ଗୁଡିକୁ ଯଥାଶିଘ୍ର ସମାପ୍ତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ ସୁନାବେଡା ପୌରପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଆଇଏଏସ ପ୍ରୋବେସନର ସନ୍ତୋଷ କୁମାର ପାତ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ସମେତ ପୌର ପରିଷଦର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande