କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧିତ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.) ବୁଧବାର ଦିନ ବିଧାନସଭାର ପ୍ରଥମାର୍ଧ ବୈଠକରେ ମହିଳା ମାନଙ୍କର ସୁରକ୍ଷା ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଏହି ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ଆଜି ନାରାବାଜୀ ମଧ୍ୟରେ 11ଟା ଯାଏ ପ୍ରଶ୍ନକାଳ ଚାଲିଥିଲା । ହେଲେ ହଟ୍ଟଗୋଳ କ
କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧିତ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.) ବୁଧବାର ଦିନ ବିଧାନସଭାର ପ୍ରଥମାର୍ଧ ବୈଠକରେ ମହିଳା ମାନଙ୍କର ସୁରକ୍ଷା ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଦଳର ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ଏହି ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ଆଜି ନାରାବାଜୀ ମଧ୍ୟରେ 11ଟା ଯାଏ ପ୍ରଶ୍ନକାଳ ଚାଲିଥିଲା । ହେଲେ ହଟ୍ଟଗୋଳ କମ ନ ହେବା କାରଣରୁ ବାଚସ୍ପତି ସୁରମା ପାଢୀ ଗୃହକୁ 11ଟାରୁ 11.30 ଯାଏ ମୁଲତବୀ ରଖିଥିଲେ । ଏହି କାରଣରୁ ଆଜି ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା ।

ଆଜି ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଦିନ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତର ଦେବାକୁ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଧନ ସିଂହଦେଓଙ୍କୁ ଡାକିଥିଲେ । ଆଜି ବିଜେଡି ଦଳର ବିଧାୟକ ମାନେ ଗୃହ କାର୍ଯ୍ୟରେ ସହଯୋଗ କରିଥିବା ବେଳେ କଂଗ୍ରେସ ବିଧାୟକ ମାନେ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ନାରାବାଜୀ କରିଥିଲେ । ସେମାନେ ରାଜ୍ୟରେ ମହିଳା ସୁରକ୍ଷା ଆମର ଦାବି ଭଳି ନାରା ଲଗାଉଥିବା ଦେଖିବାକୁ ମିଳିଥିଲା । ହେଲେ ପାଟିତୁଂଡ ଓ ନାରାବାଜୀ ମଧ୍ୟରେ ବାଚସ୍ପତି ପ୍ରଶ୍ନକାଳ କାର୍ଯକ୍ରମ ଜାରୀ ରଖିଥିଲେ । ମନ୍ତ୍ରୀ ତାଙ୍କର ଉତର ଦେଉଥିବା ବେଳେ ବିଧାୟକ ମାନେ ଅତିରିକ୍ତ ପ୍ରଶ୍ନ ପଚାରୁ ଥିବା ଦେଖିବାକୁ ମିଳୁଥିଲା । ବାଚସ୍ପତି ସୁରମା ପାଢୀ କଂଗ୍ରେସ ବିଧାୟକ ମାନଙ୍କୁ ନିଜ ନିଜ ସ୍ଥାନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ଏହି ପାଟିତୁଣ଼୍ଡ ମଧ୍ୟରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ଜାରୀ ରହିଥିଲା । ହେଲେ କଂଗ୍ରେସ ବିଧାୟକ ମାନେ ସେମାନଙ୍କ ହଟ୍ଟଗୋଳ ଜାରୀ ରଖିଥିବା କାରଣରୁ ବାଚସ୍ପତି 11ଟାରୁ ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥି୍ଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande