ଧାମରା ଅଂଚଳରେ ଶିଳ୍ପ ପ୍ରତିଷ୍ଠା ବନାମ ସାଧାରଣ ଜନତାଙ୍କ ସ୍ୱପ୍ନ!
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଧାମରାରେ ଶିଳ୍ପ ଉଦ୍‌୍ୟାନ ନେଇ ଦିନକୁ ଦିନ ବଢୁଛି ଅଡୁଆ। ଗୋଟିଏ ପକ୍ଷରେ ଏହି ଶିଳ୍ପ ଉଦ୍ୟାନ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ୧୧୦୭ ଏକର ସ୍ଥାନ ନିରୂପଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୬୮୨ଏକର ସ୍ଥାନ ନିଆଯାଇ ଶିଳ୍ପ ଉଦ୍ୟାନ ସୃଷ୍ଟି କରାଯିବ ବୋଲି ସରକାର ପ
DHAMARA AREA SILPA PRATISTA


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଧାମରାରେ ଶିଳ୍ପ ଉଦ୍‌୍ୟାନ ନେଇ ଦିନକୁ ଦିନ ବଢୁଛି ଅଡୁଆ। ଗୋଟିଏ ପକ୍ଷରେ ଏହି ଶିଳ୍ପ ଉଦ୍ୟାନ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ୧୧୦୭ ଏକର ସ୍ଥାନ ନିରୂପଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୬୮୨ଏକର ସ୍ଥାନ ନିଆଯାଇ ଶିଳ୍ପ ଉଦ୍ୟାନ ସୃଷ୍ଟି କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ଜାଗୁଳା,କଇଥଖୋଲା,କରଞମାଳ ଏବଂ ବାଂଶଡା ପଂଚାୟତରେ ଥିବା ୬ଟି ମୌଜାରୁ ଏହି ଜମି ଅଧିଗ୍ରହଣ କରାଯିବ ।ଲକ୍ଷ୍ମୀପ୍ରସାଦ, ବଳଭଦ୍ରପ୍ରସାଦ,ଜଗନ୍ନାଥ ପ୍ରସାଦ ମୌଜା କଇଥଖୋଲା ଏବଂ ଜାଗୁଳା ପଂଚାୟତରେ ହୋଇଥିବା ବେଳେ ବାଂଶଡା ପଂଚାୟତରେ ବାଣୁଆସାହି ,ନୂଆଗାଁ ଏବଂ କରଞମାଳ ପଂଚାୟତରେ ଶଶିକାଦେଇପୁର ମୌଜା ଅବସ୍ଥିତ।ଏହି ଜମି ହରାଉଥିବା ଜନତାଙ୍କ ପାଇଁ କଇଥଖୋଲା ପଂଚାୟତର ଯଥା ଲକ୍ଷ୍ମୀପ୍ରସାଦ, ଜଗନ୍ନାଥ ପ୍ରସାଦ ଏବଂ ଜାଗୁଳା ପଂଚାୟତ ଅଧିନସ୍ଥ ବଳଭଦ୍ରପ୍ରସାଦ ଠାରେ ଜନ ଶୁଣାଣୀ ହୋଇଥିଲା। ସମସ୍ତ ଜମି ହରାଉଥିବା ସାଧାରଣ ଜନତା ଙ୍କୁ କୌଣସି ପରିସ୍ଥିତିରେ ହତାଦର କରାଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଏବଂ ଇଡକୋ କର୍ତୁପକ୍ଷ ଆଶ୍ୱାସନା ଦେଇଥିଲେ।ମାତ୍ର ଇତି ମଧ୍ୟରେ ଦୀର୍ଘ ୨୯ ମାସ ବିତିଯାଇଥିଲେ ମଧ୍ୟ ଜମି ହରାଉଥିବା ଲୋକ ମାନଙ୍କ ମଧ୍ୟରେ ଭାଳେଣୀ ପଡି ଯାଇଛି, ସତରେ କଣ ରାଜ୍ୟ ସରକାର ଆମ୍ଭ ଜମି ଅଧିଗ୍ରହଣ କରିବେ ଅଥବା ଏମିତି ଏମିତି ସରକାର ଜନସାଧାରଣଙ୍କୁ ଭୂଆଁ ବୁଲାଇବେ। ଏହି ଜମି ଅଧିଗ୍ରହଣ ପାଇଁ ଇପିକଲ ଏବଂ ଇଡକୋ ପକ୍ଷରୁ ଦିପା ନାମକ ଏକ ଆଉଟସୋସିଁ କମ୍ପାନୀକୁ ଏହି ଦାୟିତ୍ୱ ମଧ୍ୟ ଦିଆ ଯାଇଥିଲା। ଏହି ଜନ ଶୁଣାଣୀରେ ତତକାଳୀନ ଭଦ୍ରକ ସବ କଲେକ୍ଟର ତଥା ଜମି ଅଧିଗ୍ରହଣ କାର୍ଯ୍ୟର ନୋଡାଲ ଅ‘ିସର ଭାବେ ମନୋଜ ପାତ୍ର, ଡେପୁଟି କଲେକ୍ଟର ତଥା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ, ଉପବିଭାଗୀୟ ଅଧିକାରୀ ହେମନ୍ତ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିବା ସହ ସ୍ଥାନୀୟ ଜନ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ହରାଉଥିବା ଜମିର ମାଲିକ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନୋଟିସ ଜାରୀ କରାଯାଇଥିବା ବେଳେ ଏହି ସମସ୍ତ ଜମିକୁ ପ୍ରାଥମିକ ଭାବେ ଇଡକୋକୁ ହସ୍ତାନ୍ତରିତ କରାଯିବ ଏବଂ ପରେ ଶିଳ୍ପ ଉଦ୍ୟାନ କରିବାକୁ ଚାହୁଁଥିବା ବିଭିନ୍ନ ଶିଳ୍ପଗୋଷ୍ଠୀଙ୍କୁ ଏହି ଜମି ଯୋଗାଇ ଦିଆଯିବ ବୋଲି ଇଡକୋ ପକ୍ଷରୁ ସୁଚନା ଦିଆଯାଇଥିଲା। ଏଥିସହ ୨୦୨୩ ମସିହାରେ କରଞମାଳ ପଂଚାୟତରେ ୩ଶହ ଏକରରୁ ଉର୍ଦ୍ଧ ଜମି ରେ ଏହି ସୋମପୁରୀ ପେଲେଟ ନିର୍ମାଣ କାରଖାନା ସ୍ଥାପନ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା।ଏଥିପାଇଁ ହୃଦୟପ୍ରସାଦ ମୌଜାରେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ୨୫୨ଜମିରେ ଏହି କାରଖାନା ସ୍ଥାପନ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ଜମି ସଂପୃକ୍ତ କମ୍ପାନୀ କର୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ମଧ୍ୟ ସଂପୃକ୍ତ କମ୍ପାନୀ କର୍ତୁପକ୍ଷଙ୍କୁ ଇଡକୋ ଅଧିକାରୀ ଏବଂ ଜିଲ୍ଲାପ୍ରଶାସନ ଅବଗତ କରାଇଥିଲା। ଏଥିସହ ୨୦୨୪ ମସିହାରେ ଏହି ଶିଳ୍ପ ସ୍ଥାପନ ହେବ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିଲା। ମାତ୍ର ୨୦୨୪ ମସିହା ଅତିକ୍ରାନ୍ତ କରି୨୦୨୫ ମସିହା ସେପ୍ଟମ୍ବର ଶେଷ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଧାମରା ଅଂଚଳରେ କେଉଁ କେଉଁ ଶିଳ୍ପ ପ୍ରତିଷ୍ଠା ପାଇଁ କେଉଁ କମ୍ପାନୀ ଆଗ୍ରହୀ ଅଛନ୍ତି ଅଥବା ଏହି ସ୍ତିରୀକୃତ ଜମି ଅଧିଗ୍ରହଣ ହେବ କି ନାହିଁ ତାହାର ଖବର ଜିଲ୍ଲା ପ୍ରଶାସନ ପାଖରୁ ହସ୍ତଗତ ହୋଇ ପାରୁନାହିଁ। ଫଳରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ହରାଉଥିବା ଚାଷୀ ଏବଂ ସାଧାରଣ ଜନତା ବିଗତ ଦିନରେ ଦେଖିଥିବା ସ୍ୱପ୍ନ ସାକାର ହେବ କି ନାହିଁ ସେ ନେଇ କଳ୍ପନା ଜଳ୍ପନା ଚାଲିଛି।ଅନ୍ୟ ପକ୍ଷରେ ଏକ ବେସରକାରୀ ସୂତ୍ରରୁ ପ୍ରକାଶ ଧାମରା ଶିଳ୍ପ ପାର୍କ ପାଇଁ କଇଥଖୋଲା ପଂଚାୟତର କିଛି ଅଂଚଳ ପାଇଁ ଇଡକୋ କର୍ତୁପକ୍ଷ କିଛି ଅନୁଦାନ ରାଶି ପ୍ରଦାନ କରିଥିବା ବେଳେ ଏହାର ସତ୍ୟତା କିଛି ଜନସାଧାରଣଙ୍କ ପାଖରେ ଉପଲବ୍ଧ ନାହିଁ ବୋଲି ଚର୍ଚ୍ଚା ଚାଲିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande