ଟାଉନ ଥାନା ପକ୍ଷରୁ ଦୁର୍ଗା ପୂଜା ପ୍ରସ୍ତୁତି
କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଆଜି ଅପରାହ୍ନରେ ସ୍ଥାନୀୟ ଟାଉନ ଥାନା ପରିସରରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦର ଏସଡିପିଓ ଓ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପୁ
ଟାଉନ ଥାନା ପକ୍ଷରୁ ଦୁର୍ଗା ପୂଜା ପ୍ରସ୍ତୁତି


କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଆଜି ଅପରାହ୍ନରେ ସ୍ଥାନୀୟ ଟାଉନ ଥାନା ପରିସରରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦର ଏସଡିପିଓ ଓ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପୁଜା କମିଟିର ସଦସ୍ୟ ଯୋଗଦେଇଥିଲେ। ଏହି ବୈଠକରେ ଶାରଦୀୟ ଦୁର୍ଗାପୂଜା ସୁରୁଖୁରରେ ହେବା ନେଇ ବିଶଦ ଆଲୋଚନା ହେଇଥିଲା। ଏହି ପୁଜାରେ ବିଭିନ୍ନ ପୁଜା କମିଟି ପକ୍ଷରୁ ଦେଶୀ ବାଜାକୁ ପ୍ରାଧାନ୍ୟ ଦେବା ସହ ଡିଜେ କୁ ବନ୍ଦ ନେଇ ସହମତି ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande