ଦେଶି ମଦ ଚାଲାଣ ବେଳେ ଚଢାଉ, ୩ ଅଭିଯୁକ୍ତ ଗିରଫ
ଜୟପୁର , 24 ସେପ୍ଟେମ୍ବର (ହି.ସ.)ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରୀ ଥାନା ଚଢାଉ କରି ଆଜି ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଡପଦର ଗ୍ରାମର ଧନ ସାଇ ହରିଜନ,ମକାପୁଟର ଗୋବଦ୍ଧନ ଦିଶାରି ଓ ଭଟ୍ଟାଛିଞ୍ଚିର ସୁବାସ ହରିଜନ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର
ଦେଶି ମଦ ଚାଲାଣ ବେଳେ ଚଢାଉ, ୩ ଅଭିଯୁକ୍ତ ଗିରଫ


ଜୟପୁର , 24 ସେପ୍ଟେମ୍ବର (ହି.ସ.)ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରୀ ଥାନା ଚଢାଉ କରି ଆଜି ୩ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଡପଦର ଗ୍ରାମର ଧନ ସାଇ ହରିଜନ,ମକାପୁଟର ଗୋବଦ୍ଧନ ଦିଶାରି ଓ ଭଟ୍ଟାଛିଞ୍ଚିର ସୁବାସ ହରିଜନ । ସୁଚନା ଅନୁଯାଇ ଦେଶି ମଦ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଓ ଜିଲା ଫ୍ଲାଇଙ୍ଗ ସ୍କାର୍ଡର ମିଳିତ ଭାବେ ଗଡପଦର , ମକାପୁଟ ଓ ଭଟ୍ଟାଛିଞ୍ଚିରେ ଚଢାୁ କରିଛି । ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରି ସେ ମାନଙ୍କ ଠାରୁ ୩୨ ଲିଟର ଦେଶି ମଦ ଜବତ କରିଛି । ଗିରଫ ୩ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande