କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) କେନ୍ଦୁଝର ସହର ଉପକଣ୍ଠସୁ ଡିମ୍ବୋ ସ୍ଥିତ ଇଂ ବସନ୍ତ କୁମାର ଦାନୀଙ୍କ ଦ୍ବାରା ପ୍ରତିଷ୍ଠିତ ଫାର୍ମାସି କଲେଆନୁକୂଲ୍ୟରେ ଜାତୀୟ ଫାର୍ମକୋ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଧରଣୀଧର ମେଡ଼ିକାଲ କଲେଜର ଫାର୍ମାକୋଲୋଜି ବିଭାଗର ଏଚ୍ ଓ ଡ଼ି ଡ଼.ରାଜେନ୍ଦ୍ର କୁମାର ପଣ୍ଡା, ଡ଼ ଆକାଂକ୍ଷା ତ୍ରିପାଠୀ, ଡ଼ ସୂର୍ଯ୍ୟ କୁମାର ବିଶ୍ବାଳ, ଡ଼ ଅଭିଷେକ ରାଉତ ଓ ଡ଼ ସଂପୂର୍ଣା ବଳ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥ୍ୟ ଗଣ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଉପରେ ଆଲୋକପାତ କରିଥିଲେ । ଫାର୍ମାସି କଲେଜର ଅଧ୍ୟାପକ ଓ ଅଧ୍ୟାପିକା ଡ଼. ପ୍ରଫୁଲ୍ଲ କୁମାର ସାହୁ, ତରଣୀକାନ୍ତି ସ୍ବାଇଁ, ରୋହନ ବେହେରା, ଜ୍ୟୋତିପ୍ରଭା ବଳ, ମନ୍ଦାକିନି ମହାନୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଅନ୍ୟତମ ସମ୍ମାନନୀୟ ଅତିଥୁ ରୂପେ ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷ ଇଂ ଅରୁଣ ପ୍ରକାଶ କାନୁନଗୋ ଓ ନସିଂ ବିଦ୍ୟାଳୟ ଅଧ୍ଯକ୍ଷା ରୁତୁପର୍ଣ୍ଣା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA