ଗଂଜାମ, 24 ସେପ୍ଟେମ୍ବର (ହି.ସ.)ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ରେ ଗାଁ କଲ୍ୟାଣ ସମିତି ଗୁଡିକ ନିଷ୍କ୍ରିୟ ହୋଇପଡିଛି। ୱ।ର୍ଡସଭ୍ୟ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ସମିତିର ସଭ୍ୟ ସଭ୍ୟା ମାନଙ୍କ ଅସହଯୋଗ ମନୋଭାବ ଯୋଗୁଁ ସମିତି ଗୁଡିକ ଠିକ ରୂପେ କାର୍ଯ୍ୟ କରୁନାହି। ଫଳରେ ଗାଁ ଗୁଡ଼ିକରେ ସ୍ୱ।ସ୍ଥ୍ଯ ସଚେତନତା, ସ୍ୱାସ୍ଥ୍ୟ ମେଳା ଗ୍ରାମରେ ଗୁଡିକରେ ସଫେଇ କାର୍ଯ୍ଯଭଳି ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ହେଉନି। ଫଳରେ ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ରେ ୧୦ରୁ ୨୦ ହଜାର ସରକାର ଙ୍କଠାରୁ ମିଳୁଥିବାଵାର୍ଷିକ ଅନୁଦାନ ଖର୍ଚ୍ଚ ନହୋଇ ପଡିରହିଵାଫଳରେ ପରବର୍ତ୍ତୀ ଅନୁଦାନ କମିକମିଯାଉଛି। କେତେକ ସମିତି ରେଆଶାକର୍ମୀ,ଆବାହିକାଙ୍କ ବୈଠକ କାର୍ଯ୍ୟ ରେ ଅନୁଦାନ ଅର୍ଥ ଅଧିକ ଖର୍ଚ୍ଚ ହେଉଥିବା ରୁ ସମିତି ର ଅନ୍ୟ ସଭ୍ୟ ସଭ୍ୟା ମାନେ ସମିତି ର କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ହେଉନଥିବା ଜଣାପଡିଛି। କେତେକ ଗାଁ ରେ ଗ୍ରାମ୍ଯ ରାଜନୀତି ପ୍ରବେଶ ଯୋଗୁଁ ଗାଁ କଲ୍ୟାଣ ସମିତି କର୍ମକର୍ତ୍ତାମାନେ ଅଣନିଃଶ୍ବାସୀ ହୋଇ ସମିତିଠାରୁ ଦୂରେଇ ରହୁଛନ୍ତି । ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଵିଡିଓ ଓ ସିଡ଼ିପିଓ ଘଟଣା ର ଅନୁଧ୍ୟାନ କରି ଗାଁ କଲ୍ୟାଣ ସମିତି ଗୁଡିକୁ ସକ୍ରିୟ କରିବା ପାଇଁ ପଦକ୍ଷେପ ନେବାକୁ ଜନ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ