୩୦ କିଲୋ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ୬ ଜଣଙ୍କୁ ଅଟକ
କେନ୍ଦୁଝର, ୨୪ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଟାଉନ ପୋଲିସ କୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୩୦ କିଲୋ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ୬ ଜଣଙ୍କୁ ଅଟକ ସହ ୨ ଟି କାର ଏବଂ ୩ ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ କରୁଛି କେନ୍ଦୁଝ
୩୦ କିଲୋ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ୬ ଜଣଙ୍କୁ ଅଟକ


କେନ୍ଦୁଝର, ୨୪ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଟାଉନ ପୋଲିସ କୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୩୦ କିଲୋ ଗଞ୍ଜେଇ ଜବତ ସହ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ୬ ଜଣଙ୍କୁ ଅଟକ ସହ ୨ ଟି କାର ଏବଂ ୩ ଲକ୍ଷ ଟଙ୍କା ଜବତ କରି ଅଧିକ ତଦନ୍ତ କରୁଛି କେନ୍ଦୁଝର ଟାଉନ ପୁଲିସ ।

ଆଜି ଏକ ବିଶ୍ୱସ୍ଥ ସୂତ୍ର ରୁ ଖବର ପାଇ ଟାଉନ ପୋଲିସ ଜାଲ ବିଛାଇ ସିଦ୍ଧମଠ ନିକଟରେ ଛକି ବସିଥିଲା । ସୂତ୍ର ଅନୁସାରେ କାର ଦୁଇଟି ସେଠାରେ ପହଞ୍ଚିବା ମାତ୍ରେ ମାଡି ବସିଥିଲା ପୋଲିସ । ଗାଡି ଦୁଇଟିକୁ ତଲାସି ବେଳେ ସେଠାରୁ ପ୍ରାୟ ୩୦ କିଲୋ ଗଞ୍ଜେଇ ଜବତ କରିଥିଲା । ଏହା ସହ ଏହି ଚୋରା ଗଞ୍ଜେଇ ନେଇ ଯାଉଥିବା ଓ ଗଞ୍ଜେଇ ନେବାକୁ ଆସିଥିବା ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ଠାରୁ ୨ କାର ସହ ୩ ଲକ୍ଷ ଟଙ୍କା ଜବତ କରିଛି କେନ୍ଦୁଝର ଟାଉନ ପୁଲିସ । ସୋନପୁର ଜିଲ୍ଲାରୁ ମୟରଭଞ୍ଜ ଜିଲ୍ଲା କୁ ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବସ୍ତାରୁ ଗଂଜେଇ କାଢ଼ି ଓଜନ କରାଯିବା ସହ ପୋଲିସର ଅଧିକ ତଦନ୍ତ ଜାରୀ ରଖିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande