କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ଗତ ୨୬,୦୯,୨୦୨୧ ତାରିଖରେ ୨୫ ବର୍ଷ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ପ୍ରପୀଡ଼ିତ ସୁରକ୍ଷା ପରିଷଦ ତରଫରୁ ଏକ ଜନ ଆନ୍ଦୋଳନ ହୋଇଥିଲା। ଗୁଳିକାଣ୍ଡ ମଧ୍ୟ ହେଇଥିଲା । ହାତୀ ମଣିଷ କୁ ମାରି ଦେଲେ ମାତ୍ର ହଜାର ଟଙ୍କା ମିଳୁଥିଲା , ୨୦୦୧ ମସିହା ପରେ ହାତୀ ମଣିଷ ମାରିଦେଲେ ସରକାର କ୍ଷତି ପୁରଣ ପରିମାଣ ବଢାଇ ୬ଲକ୍ଷ ପର୍ଯ୍ୟନ୍ତ ଦେଉଥିଲେ । ଖୁସି ର ଖବର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦାଇତ୍ଵ ନେବା ପରେ ଆଜି ହାତୀ ମଣିଷ କୁ ମାରିଦେଲେ ୧୦ଲକ୍ଷ ଟଙ୍କା ମିଳୁଅଛି । ୨୫ ବର୍ଷ ର କେନ୍ଦୁଝର ର କ୍ରାନ୍ତିକାରୀ ଇତିହାସ ରଚିଥିବା ଏହି ଦିନ କୁ ମନେ ପକାଇବା ଓ ଗୁଳି ଖାଇଥିବା , ଜେଲ ଯାଇଥିବା ଭାଇ, ଭଉଣୀ , ଆନ୍ଦୋଳନ କାରୀ ମାନଙ୍କୁ ମନେ ପକାଇବା , ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ ଆସନ୍ତା ୨୬ ତାରିଖ ରୋଟାରୀ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ବନ୍ୟଜନ୍ତୁ ପ୍ରପୀଡିତ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA