ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ବନ୍ତ ବ୍ଲକ ଅଂଚଳର ଗର୍ବ, ଦିବଂଗତ ଜନନେତା, ଓଡ଼ିଶା ରାଜ୍ୟ ଜଳସେଚନ କର୍ମଚାରୀ ସଂଘର ପୂର୍ବତନ ରାଜ୍ୟ ସଭାପତି, ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଜନତା ଦଳର କାର୍ଯ୍ୟକାରୀ ସଭାପତି ଓ ପୂର୍ବତନ ବନ୍ତ ବ୍ଲକ ଅଧକ୍ଷ ସ୍ୱର୍ଗତ ଟିକୁ ସ୍ୱାଇଁ ଙ୍କର ୨୦ତମ ଶ୍ରାଦ୍ଧବାର୍ଷିକୀରେ, ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ତାଙ୍କ ସୁପୁତ୍ର ଓ ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଲାଲା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା, ବନ୍ତ ବ୍ଲକ ପୂର୍ବତନ ବିଜେଡ଼ି ଛାତ୍ର ସଭାପତି ପ୍ରଣବ ଲେଙ୍କା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଏବଂ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଆସନ୍ତା ଦିନରେ ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ଶିବିର ସହିତ, ବନ୍ତ ବ୍ଲକ ସମ୍ମୁଖରେ ଜନ୍ମମାଟି ଟିଲୋ ବଡ଼ସାହି ଠାରେ ଓ ବାସ ଭବନ ତ୍ରିକୋଣା ଛକ ଠାରେ, ପ୍ରତିମୂର୍ତି ସ୍ଥାପନା କାର୍ଯ୍ୟକ୍ରମ “ଟିକୁ ସ୍ୱାଇଁ ସ୍ମୃତି ସଂସଦ” ପକ୍ଷରୁ ସ୍ଥିରୀକୃତ ହୋଇଅଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ