ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ
ଭୁବନ, ୨୪ ସେପ୍ଟେମ୍ବର (ହି.ସ.)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ବୁଧବାର ଉଦଯାପନୀ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡ଼
ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଯାପିତ


ଭୁବନ, ୨୪ ସେପ୍ଟେମ୍ବର (ହି.ସ.)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ବୁଧବାର ଉଦଯାପନୀ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବରିଷ୍ଠ ଅଧ୍ୟାପିକା ଡ଼ ନମିତା ଦାସ କହିଥିଲେ ଯେ ସେବା ର ଅନ୍ୟନାମ ହେଉଛି ବାସେ । ତେଣୁ ଯେତେ ସେବା କରିବ ସେତେ ବାସିବ ଓ ପ୍ରଶଂସା ମିଳିବ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପିକା ଡ଼ ପ୍ରମିଳା କୁମାରୀ ଦାସ ସ୍ୱେଛାସେବୀ ମାନେ ପ୍ରଥମେ ନିଜକୁ ପରିବର୍ତନ କଲେ ଦେଶ ପରିବର୍ତନ ସମ୍ଭବ ହେବ ବୋଲି କହିଥିଲେ । ସ୍ୱେଛାସେବୀ ମାନେ ଉତମ ଚରିତ୍ର ହେବା ନିହାତି ଆବଶ୍ୟକ ବୋଲି ଅଧ୍ୟାପକ ଶୁଭମ୍ ବେହେରା ମତ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନିରଞ୍ଜନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ସଙ୍ଗୀତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande