ଖୋର୍ଦ୍ଧା, 24 ସେପ୍ଟେମ୍ବର (ହି.ସ.)ଖୋର୍ଦ୍ଧାର ମାନ୍ୟବର ମହିଳା ଅଦାଲତ ଯୌତୁକ ଜନିତ ହତ୍ୟା ମାମଲାର ରାୟ ଶୁଣାଣୀ କରିଛନ୍ତି।ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ମହିଳା ଅଦାଲତ ବାଣପୁର ଥାନା ଗୋଡିଝରା ଗ୍ରାମ ଝାରିଆଟାଙ୍ଗୀର ସ୍ବାମୀ ଦୋଷୀ ବିଭୁଦତ୍ତ ରାଉତରାୟଙ୍କୁ ଧାରା ୪୯୮(ଏ)/୩୦୨ ଆଇପିସି ଅନୁଯାୟୀ ଦଣ୍ଡନୀୟ ଅପରାଧ କରିବା ପାଇଁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୧,୦୦୦/- ଜରିମାନା ଦେବାକୁ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡିବ ଶୁଣାଣିରେ ଉଲ୍ଲେଖ ରହିଛି।
ପ୍ରକାଶ ଥାଉକି ଗତ ୨୩.୧୧.୨୦୨୦ ରେ, ରାଜ କିଶୋର ପ୍ରଧାନ ବାଣାପୁର ବାଣପୁର ଥାନାକୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ଯେ, ତାଙ୍କର କନ୍ୟା ନମିତା ପ୍ରଧାନ, ୧୪ ବର୍ଷ ପୂର୍ବେ ବିଭୁଦୁତ୍ତ ରାଉତରାୟଙ୍କ ସହ ଵିଵାହ କରିଥିଲେ ତେବେ ଅଧିକ ଯୌତୁକ ଦାବି ଦାବି କରି ପାରିବାର ଲୋକେ ତାଙ୍କୁ ହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ। ତା-୨୩.୧୧.୨୦୨୦ ରିଖ, ସନ୍ଧ୍ୟା ୩ଟାରେ ଅଭିଯୋଗକାରୀଙ୍କୁ ତାଙ୍କର କନ୍ୟାର ମୃତ ଘଟିଛି ବୋଲି ସୂଚନା ମିଳିଥିଲା। ଘଟଣାସ୍ଥଳକୁ ପହଞ୍ଚିବା ସମୟରେ, ଅଭିଯୁକ୍ତ ବିଭୁଦୁତ୍ତ ରାଉତରାୟ ତାଙ୍କର କନ୍ୟାଙ୍କୁ ହତ୍ୟା କରିଥିବା ପ୍ରମାଣ ମିଳିଛି।ଏହି ରିପୋର୍ଟ ଆଧାରରେ, ବାଣପୁର ଥାନା ମାମଲା ନଂ. ୩୬୨ ତାରିଖ ୨୩.୧୧.୨୦୨୦ ଧାରା ୪୯୮(ଏ)/୩୦୨ ଆଇପିସି ଅନୁଯାୟୀ ପଞ୍ଜୀକୃତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ