ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ବିଜେପି ସରକାର ବିଫଳ: ମହିଳା କଂଗ୍ରେସ
ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଭୁବନେଶ୍ବର 24 ସେପ୍ଟେମ୍ବର (ହି.ସ.) ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ବରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଧାନସଭା ଘେରାଉ କର
ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ବିଜେପି ସରକାର ବିଫଳ: ମହିଳା କଂଗ୍ରେସ


ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଭୁବନେଶ୍ବର 24 ସେପ୍ଟେମ୍ବର (ହି.ସ.) ଆଜି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ବରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଓଡ଼ିଶାରେ ମହିଳା ଅତ୍ୟାଚାର, ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ବିଧାନସଭା ଘେରାଉ କରାଯାଇଥିଲା। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ମହିଳାକଂଗ୍ରେସ ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ରାଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଧାନସଭା ଅଭିମୁଖେ ଯାତ୍ରା କରୁଥିବା ବେଳେ ଲୋୟର ପିଏମଜି ଠାରେ ପୋଲିସ ପକ୍ଷରୁ ବାରିକେଡ ଦିଆଯାଇ ଏହି ରାଲିକୁ ଅଟକାଯାଇଥିଲା। ମହିଳା କଂଗ୍ରେସ ପକ୍ଷରୁ ବାରିକେଡ ଭଙ୍ଗାଯାଇଥିଲା ଏବଂ ପୋଲିସ ଉପରକୁ ଫୁଲ ପକାଯାଇଥିଲା। ମହିଳା କଂଗ୍ରେସ ଓ ପୋଲିସ ମଧ୍ୟରେ ପ୍ରାୟ ୧ ଘଂଟାକାଳ ଧସ୍ତାଧସ୍ତିପରେ ପୋଲିସ ବିକ୍ଷୋଭ ସ୍ଥଳରୁ ମହିଳା କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଭ୍ୟାନଯୋଗେ ଉଠାଇନେଇଥିଲା। ହଜାର ହଜାର ମହିଳା କଂଗ୍ରେସ କର୍ମୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ଏହି ଅବସରରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ କହିଛନ୍ତି ଯେ “ ବିଧାନସଭା ଘେରାଉ ” ମାଧ୍ୟମରେ ମହିଳା କଂଗ୍ରେସ ଓଡ଼ିଶାରେ ଉପେକ୍ଷିତା, ଅତ୍ୟାଚାରିତା, ନିର୍ଯ୍ୟାତିତା ମହିଳାଙ୍କର ସ୍ଵରକୁ ବ୍ୟକ୍ତ କରିଛି । ଓଡ଼ିଶାରେ ମହିଳାମାନେ ଅସୁରକ୍ଷିତ। ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିେବା ବେଳେ ମୋହନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏପରିକି ପୋଲିସ କାର୍ଯ୍ୟାଳୟରେ ମଧ୍ୟ ମହିଳା ପୋଲିସ ସୁରକ୍ଷିତ ନାହାନ୍ତି। ୬୫ ହଜାର ମହିଳା ନିଖୋଜ ଅଛନ୍ତି। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ, ହଷ୍ଟେଲରେ ଏପରିକି ମହିଳା ଆଶ୍ରମରେ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି।

ବିଧାନସଭାରେ କଂଗ୍ରେସ ବିଧାୟକମାନେ ଓଡ଼ିଶାରେ ମହିଳା ନର୍ଯାତନା ରୋକିବାପାଇଁ ସରକାରଙ୍କର ବଳିଷ୍ଠ ପଦକ୍ଷେପ ଏବଂ ଏକ କମିଟି ଗଠନ କରିବାପାଇଁ ଦାବି କରିଥିଲେ। ମାତ୍ର ମୋହନ ସରକାର ପକ୍ଷରୁ କଂଗ୍ରେସ ବିଧାୟକ ମାନଙ୍କୁ ଗୃହ ଭିତରେ ଶାରିରିକ ଆକ୍ରମଣ କରାଗଲା, ଅସଭ୍ୟ ଭାଷାରେ ଶାସକ ଦଳର ବିଧାୟକମାନେ କଂଗ୍ରେସ ବିଧାୟକମାନଙ୍କୁ ଗାଳି ଗୁଲଜ କଲେ ଏବଂ ଆନ୍ଦୋଳନରତ କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଧାନସଭାରୁ ନେଇ ବାହାରେ ଛାଡ଼ି ଦିଆଯାଇଥିଲା। ସେହିପରି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ଲୋୟର ପିଏମଜି ଠାରେ ଓଡ଼ିଶାର ମହିଳାଙ୍କୁ ନ୍ୟାୟ ଦାବିରେ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ କରାଯାଇଥିଲା ମାତ୍ର ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ପୋଲିସ କଂଗ୍ରେସ କର୍ମୀଙ୍କୁ ପାଣିମାଡ କଲେ, ରବର ବୁଲେଟ ମାଡ଼ କଲେ ଏବଂ ଅମାନୁଷିକ ଭାବରେ ପ୍ରହାରକରି ଲହୁଲୁହାଣ କରିଦେଲେ। ୫ ହଜାର କଂଗ୍ରେସ କର୍ମୀଙ୍କ ନାମରେ ପୋଲିସ କେସ କରିଥିଲା। ଏହା ହିଟଲରୀ ରାଜ ଏବଂ ବ୍ରିଟିଶ ରାଜର କ୍ରୁରତାକୁ ଅତିକ୍ରମ କରିଯାଇଛି।

ବାଲେଶ୍ଵର ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆମ୍ବଦାହ ଠୁ ଆରମ୍ଭ କରି, ତାଳଚେର ଗଣଦୁଷ୍କର୍ମ ଓ ହତ୍ୟା, କେନ୍ଦୁଝର ଗଣଦୁଷ୍କର୍ମ ଓ ହତ୍ୟା, ଗୋପାଳପୁର ବିଚ ଗଣଦଷ୍କର୍ମ ପ୍ରଭୃତି ଘଟଣାରେ ଓଡ଼ିଶାରେ ମହିଳାଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାସ୍ତବରେ ଏ ରାଜ୍ୟରେ ମହିଳା ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୋହନ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉନାହାନ୍ତି। ମୋହନ ସରକାର ପୀଡ଼ିତାର ପକ୍ଷ ନନେଇ ଅନେକ କ୍ଷେତ୍ରରେ ଅପରାଧୂର ପକ୍ଷ ନେଉଥିସବାରୁ ପରିଦୃଷ୍ଟ ହେଉଛି। ଓଡ଼ିଶାର ମହିଳାମାନଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ପୀଡ଼ିତାମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ଆନ୍ଦୋଳନ ଜାରି ରଖୁବ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା କଂଗ୍ରେସର ଓଡ଼ିଶା ପ୍ରଭାରୀ ତୂଳିକା କର୍ମା ଯୋଗଦେଇ କହିଥିଲେ ଯେ ଓଡ଼ିଶାର କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାର ବିରୁଦ୍ଧରେ ରାଜ୍ୟର ମହିଳା ମାନଙ୍କର ସ୍ଵର ଶାଣିତ ହେଉ। ଓଡ଼ିଶାର ବିଜେପି ସରକାର ଏକ ମହିଳା ବିରୋଧ ସରକାର ଭାବେ ପ୍ରମାଣିତ । ସେହିଭଳି ମୋଦି ସରକାର ମଧ୍ୟ ଦେଶରେ ମହିଳାମାନଙ୍କ ସ୍ବାର୍ଥକୁ ଅଣଦେଖା କରିବା ସହ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ଉଦାସୀନ ରହିଛନ୍ତି । ମହିଳାମାନଙ୍କୁ ସୁରକ୍ଷା ଦେଇପାରୁନଥିବା ମୋହନ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ସେ କହିଥିଲେ। ଏ ରାଜ୍ୟରେ ମହିଳା ପୋଲିସ ଅସୁରକ୍ଷିତ, ଏଭଳି ସ୍ଥିତିରେ ସାଧାରଣ ମହିଳା ସୁରକ୍ଷିତ ରହିବେ କିପରି। ମହିଳାମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ଲୁଟି ନେଲେ କିନ୍ତୁ ମହିଳାଙ୍କୁ କ୍ଷମତାସୀନ ହେବାପରେ ମହିଳା ଅତ୍ୟାଚାର ବଢ଼ିଚାଲିଛି । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ମହିଳା ସୁରକ୍ଷାକୁ ନେଇ ଓଡ଼ିଶାର ମହିଳା କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ତୂଳିକା କର୍ମା କହିଥିଲେ। ଏହାପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମହିଳା କଂଗ୍ରେସର ଏକ ବୈଠକରେ ତୂଳିକା କର୍ମା ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର କାଡାମ, ସୁରେଶ କୁମାର ରାଉତରାୟ, ଦାସରଥ ଗମାଙ୍ଗୋ, ରାଜନ ଏକା, ମଙ୍ଗୁ ଖୁଲ, ପବିତ୍ର ସାଉଁଟା, ଅଶୋକ ଦାସ, ସୋଫିଆ ଫିର୍ଦ୍ଦେଶ, ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା, ପ୍ରଦେଶ ମହିଳା କଂଗ୍ରେସର ନେତୃବର୍ଗ ଏବଂ ବିଭିନ୍ନ ଜିଲ୍ଲା ମହିଳା କଂଗ୍ରେସର ନେତୃବର୍ଗ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande