କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମାଇଁ ଏନ୍ସିସି ଆଲୁମନି ଆସୋସିଏସନ୍ ଦ୍ୱାରା ମଙ୍ଗଳବାର ଦିନ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ଓ ଏନ୍ସିସି ବାଳକ ବିଭାଗର ଏଏନ୍ଓ ଲେଫ୍ଟନାଂଟ ରଜନୀକାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗ ଓ ମାନନୀୟ ଜିଲ୍ଳାପାଳଙ୍କ ଅନୁମତିରେ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଚକ୍ଷୁ, ଦନ୍ତ ଓ ସାଧାରଣ ଔଷଧୀୟ ପରୀକ୍ଷା କରାଯାଇଥିଲା। ସାଧାରଣ ବିଭାଗରେ ୧୫୭, ଚକ୍ଷୁ ପରୀକ୍ଷାରେ ୨୦୬ ଥିବାବେଳେ ଦନ୍ତ ପରୀକ୍ଷାରେ ୧୯୦ ପିଲା ପଞ୍ଜିକରଣ କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ ପ୍ରାଧ୍ୟାପକ ଉପସ୍ଥିତ ରହି ସାହାଯ୍ୟ କରିବା ସହ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ। ଦାନ୍ତ ପରୀକ୍ଷା ପାଇଁ ଡା. ବିଭୁ ପଦାରବିନ୍ଦ ଜେନା ଥିବାବେଳେ ଚକ୍ଷୁ ପରୀକ୍ଷା ନିମନ୍ତେ ଚକ୍ଷୁ ବିଶେଷଜ୍ଞ ଏସ୍କେ ଅଫ୍ସାର ଅଲ୍ଲୀ କାର୍ଯ୍ୟ ନିର୍ବାହ କରିଥିଲେ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଡ଼ିଏମ୍ଓ ମେଡିକାଲ ଡ଼. ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସଚ୍ଚିଦାନନ୍ଦ ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଫାଇନାନସିଆଲ ଅଧିକାରୀ ଆଶୁତୋଷ ତ୍ରିପାଠୀ, ପୂର୍ବତନ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ମିରଜା ବାବର ବେଜ, ଡ଼ ଐଶ୍ୱର୍ଯ୍ୟା ମହାପାତ୍ର, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଆସିଷ୍ଟାଂଟ ମ୍ୟାନେଜର ସହରାଂଚଳ ସ୍ୱାସ୍ଥ୍ୟ ମିଶନ ମମତା ଦାଶ, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଙ୍ଗ ଅଫିସର, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ଼ ସରକାରୀ ଏଏନ୍ଏନ୍ ଟ୍ରେନିଂ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ସ୍କ୍ରିନଙ୍ଗ କ୍ୟାମ୍ପ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ. ଆର୍. ଆଏରଙ୍କ ପରାମର୍ଶ କ୍ରମେ ସହରାଂଚଳ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରାପଡ଼ା ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ମାଇଁ ଏନ୍ସିସି ଆଲୁମିନ ସହାୟତାରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କ ନିମନ୍ତେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ସ୍କ୍ରିନଙ୍ଗ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ଏଥିରେ ଛାତ୍ରୀମାନଙ୍କର ହେମୋଗ୍ଲୋବିନ ପରୀକ୍ଷା କରାଯାଇ ସେମାନଙ୍କର ହେମୋଗ୍ଲୋବିନ ସ୍ତର ଉପରେ ପରାମର୍ଶ ଦିଆଯାଇଥିଲା। ସୁଷମ ଖାଦ୍ୟ ସାଙ୍ଗକୁ କିଶୋରୀ ଅବସ୍ଥାରେ ଋତୁସ୍ରାବ ସମୟରେ ପରିଷ୍କାର ଓ ପରିଛନ୍ନତା ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ବୟସ୍କ ମହିଳାମାନଙ୍କୁ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିସହିତ ସମସ୍ତଙ୍କୁ ଅଣ ସଂକ୍ରାମକ ରୋଗ, ପୁଷ୍ଟିହୀନତା, କମ୍ ଲୁଣ, କମ୍ ଚିନି ଓ କମ୍ ତେଲ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏଥିସହିତ ଉପସ୍ଥିତ ମହିଳା ଡାକ୍ତର ସ୍ତନ କର୍କଟ, ମୁଖ ଗହ୍ୱର ଓ ଯକୃତ କର୍କଟ ଉପରେ ସଚେତନତା କରାଇଥିଲେ। ତତ୍ସହିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ୫୦୦ରୁ ଉର୍ଦ୍ଧ୍ୱ ପିଲାମାନେ ନିଜ ନାମ ପଞ୍ଜିକରଣ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏଥିସହିତ ବର୍ତମାନ ସମୟର ଉଭୟ ପୁଅ ଓ ଝିଅ ଏନ୍ସିସି କ୍ୟାଡେଟ୍ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ସହ ସମ୍ପର୍ଣ୍ଣ କରିଥିଲେ। ଆସୋସିଏସନର ସଭାପତି ପ୍ରଭାସିନୀ ସାହୁ, ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ, ଅନ୍ୟ ସଦସ୍ୟ ଯେପରି ଅନୁପ ରାଉତ, ରଂଜନ ଲେଙ୍କା, ସାଜିଦ ଖାନ, ବିଭବ ମହାନ୍ତି, ମୋହମ୍ମଦ ରିୟାଜଦ୍ଦିନ, ବର୍ଷା ମିଶ୍ର, ମାମୁନି ଥାଟୋଇ, ରଂଜିତା ବେହେରା, ଶୁଭଶ୍ରୀ ବେହେରା, ରଶ୍ମି ରଞ୍ଜନ ମହାରଣା, ପୁନମ ବିଶ୍ୱାଳ, ନୁରୁଦ୍ଦିନ ଖାନ, ଉପେନ୍ଦ୍ର ଦାସ, ଦେବପ୍ରସନ ସ୍ୱାଇଁ, ମନୋରଞ୍ଜନ ସାମଲ, ଶୁଭେନ୍ଦୁ ବେହେରା, ଦେବାଶିଷ ପରିଡ଼ା ଆଦି ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି