ପୋଲିସକୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଗିରଫ
ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ବାରିଣୀପୁଟ ନିକଟରୁ ପୋଲିସ କୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଅଭିଯୁକ୍ତ କାର୍ତିକ ଲାମ୍ବାକୁ ଜୟପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମେ ମାସ ୨୯ ତାରିଖରେ ଜୟପୁର ଟାଉନ ପୋଲିସ ରାତିରେ ୧୩ କୁଇଂଟାଲ ୧୮ ଗ୍ରାମ ଗଞ୍ଜେଇ ଜବ
ପୋଲିସ କୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଗିରଫ


ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ଜୟପୁର ସଦର ଥାନା ବାରିଣୀପୁଟ ନିକଟରୁ ପୋଲିସ କୁ ଚକମା ଦେଇ ଫେରାର ଥିବା ଗଞ୍ଜେଇ ମାଫିଆ ଅଭିଯୁକ୍ତ କାର୍ତିକ ଲାମ୍ବାକୁ ଜୟପୁର ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମେ ମାସ ୨୯ ତାରିଖରେ ଜୟପୁର ଟାଉନ ପୋଲିସ ରାତିରେ ୧୩ କୁଇଂଟାଲ ୧୮ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। ଏହି ମମଲାରେ ଟାଉନ ପୁଲିସ ୪ଜଣକୁ ଗିରଫ କରିଥିବା ବେଳେ ଆଜି କାର୍ତିକ ଲାମ୍ବା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ବାରିଣୀପୁଟ ଅଂଚଳରେ କାର୍ତିକ ଲାମ୍ବା ବୁଲୁଥିବା ସମୟରେ ଟାଉନ ପୋଲିସ ତାକୁ ଗିରଫ କରିଥିବା ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାଇ ଗତ ଜୁନ ୨୯ ତାରିଖ ଏସଆଇ ରାଜେନ୍ଦ୍ର ପାଙ୍ଗୀ ପେଟ୍ରୋଲିପ୍ସ କରୁଥିବା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ରହିଥିବା ଏକ ପୁରୁଣା ଗୋଦାମ ଭିତରୁ ଦୁଇଜଣ ଯୁବକ ପୋଲିସ ପେଟ୍ରୋଲିପ୍ସ ଗାଡିକୁ ଦେଖି ଦୌଡିଥିଲେ। ପୁଲିସ ପେଟ୍ରୋଲିପ୍ସ ଦଳକୁ ସନ୍ଦେହ ହେବାରୁ ଭିତରକୁ ଗାଡି ସହିତ ପ୍ରବେଶ କରିଥିଲେ। ଏହି ସମୟରେ ୪୦୭ ମିନି ଟ୍ରକରୁ ଅନ୍ୟ ଏକ ୬ ଚକିଆ ଟ୍ରକକୁ ଜିଛି ବସ୍ତାରେ ସାମଗ୍ରୀ ଲୋଡିପ୍ସ ଚାଲିଥିଲା। ସେଠାରେ ୧୦ରୁ ୧୨ ଜଣ ବ୍ୟକ୍ତି ଠିଆ ହୋଇଥିଲେ। କିନ୍ତୁ ପୋଲିସକୁ ଦେଖି ଦୌଡିବା ଆରମ୍ଭ କରିଥିଲେ। ପୁଲିସ ସେମାନଙ୍କୁ ଗୋଡାଇ ଧରିବା ସହ କୋର୍ଟ ଚାଲାଣ କରିଥିଲା। ଲମତାପୁଟ ଠାରୁ ହରିଆଣା ଚାଲାଣ ହେଉଥିବା ବେଳେ ପୁଲିସ ଧରିବାରେ ସଫଳ ହୋଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande