ପାଟଣାରେ ରାବଣପୋଡି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ।ଏଠିପାଇଁ ଏକ ପ୍ରସ୍ତୁତି ବୈଠକ ରାବଣ ପୋଡି କମିଟିର ସଭାପତି ବିଜୟ ରତ୍ନ ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଉତ୍ସବକୁ ଧୁ
ପାଟଣାରେ ରାବଣପୋଡି ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କେନ୍ଦୁଝର, 24 ସେପ୍ଟେମ୍ବର (ହି.ସ.) ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବ।ଏଠିପାଇଁ ଏକ ପ୍ରସ୍ତୁତି ବୈଠକ ରାବଣ ପୋଡି କମିଟିର ସଭାପତି ବିଜୟ ରତ୍ନ ପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ଉତ୍ସବକୁ ଧୁମଧାମରେ ଓ ଅଧିକ ଆକର୍ଷଣୀୟ ଭାବେ ପାଳନ କରାଯିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ଏହି ରାବଣ ପୋଡି ଉତ୍ସବରେ ଅତିଥ୍‌ ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖୂଳ ଚନ୍ଦ୍ର ନାଏକ ଉପସ୍ଥିତ ରହି ଜନସାଧାରଣ ଙ୍କୁ ଉଦ‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ରାବଣ ପୋଡି ଉତ୍ସବ ଅକ୍ଟୋବର ୨ ତାରିଖ ଗୁରୁବାର ଦିନ ପାଟଣା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ରେ ଆକର୍ଷଣୀୟ ଆତସବାଜି ସହିତ ରଙ୍ଗାରଙ୍ଗ ମେଲୋଡି ସୁର ସାରେଗାମାପାକଟକ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ ବୋଲି ରାବଣ ପୋଡି କମିଟି ତରଫରୁ ସୂଚନା ଦିଆଯାଇଛି।ପ୍ରସ୍ତୁତି ବୈଠକରେ ରାବଣ ପୋଡି କମିଟିର ସଭାପତି ବିଜୟ ରତ୍ନ ପତି, ଉପସଭାପତି ଅୟସ ନାୟକ, ସମ୍ପାଦକ ପ୍ରକାଶ ସେଠୀ, ବରିଷ୍ଠ ସଦସ୍ୟ ବାଇଧର ସାହୁ, ପ୍ରୀତମ ପଣ୍ଡା, ଯୁଧୂଷ୍ଠିର ମହାନ୍ତି, ବିକାଶ ସେଠୀ ଏସ କେ ମାନସୁର, ଦୁଲ୍ଲଭ ଦାସ ପ୍ରମୁଖ ଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ଚଳିତ ବର୍ଷର ଏହି ରାବଣ ପୋଡି ଉତ୍ସବକୁ ସଫଳ କରିବା ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଏହାର ଆନନ୍ଦ ଉଠାଇବା ପାଇଁ ସଭାପତି ବିଜୟରତ୍ନ ପତି ନିବେଦନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande