ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବାରୁ ଗତକାଲି ରଙ୍କନିଧି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଆଶୁତୋଷ ପତିଙ୍କୁ ଚିଲିକା ବ୍ଲକ୍ ଶିକ୍ଷା ଅଧିକାରୀ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ପତ୍ର ସଂଖ୍ୟା ୧୭୪୩୩ ତା ୨୩.୦୯.୨୦୨୫ ରିଖ ନିର୍ଦ୍ଦେଶ କ୍ରମେ ଏବଂ ଜନ ପ୍ରତିନିଧି ଅଧି ନିୟମ ୧୯୫୦ ପରିଚ୍ଛେଦ ୩୨ ବଳରେ ନିଲମ୍ବିତ କରିଛନ୍ତି । ଶିକ୍ଷକ ଆଶୁତୋଷ ପତିଙ୍କୁ ନିଲମ୍ବନ ପରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ପି ଏମ ଶ୍ରୀ ପି ଏସ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍କୁଲାଚାଟି ସ୍ଥିର କରାଯାଇଥିବା ବେଳେ ଓଡ଼ିଶା ସରକାରୀ ସେବା ସଂହିତା ୯୦ ଅନୁଯାୟୀ ତାଙ୍କୁ କେବଳ ସାଧନ ଭତା ପ୍ରଦାନ କରାଯିବ ବୋଲି ବ୍ଲକ୍ ଶିକ୍ଷା ଅଧିକାରୀ, ଚିଲିକାଙ୍କ କାର୍ଯ୍ୟାଳୟ ନିର୍ଦେଶ ସଂଖ୍ୟା ୧୪୧୭ ତା ୨୩.୦୯.୨୦୨୫ ରେ ଉଲ୍ଲେଖ କରାଯାଇଛି କ୍ଷ ନିଲମ୍ବିତ ଶିକ୍ଷକ ଆଶୁତୋଷ ପତିଙ୍କୁ ବିନା ଅନୁମତିରେ ତାଙ୍କର କାର୍ଯ୍ୟ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରାକେଶ