ବଲାଙ୍ଗୀର, ୨୪ ସେପ୍େଟମ୍ବର(ହି.ସ.)- ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ନବରାତ୍ର ଆୟୋଜିତ ହୋଇଯାଇଛି। ୨୧ ତାରିଖ ସୋମବାର ଦିନ ପ୍ରତିପଦା ନବଦିନାତ୍ମକ ପୂଜା ଆରମ୍ଭ ହୋଇ କଳସ ସ୍ଥାପନ ଓ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଓ ନବରାତ୍ରୀ ମା’ଙ୍କ ଶୈଳପୁତ୍ରୀ ଓ ଅଖଣ୍ଡ ଦୀପ ପ୍ରଜ୍ଜଳନ ହୋଇଥିଲା। ମଙ୍ଗଳବାର ଦିନ ବ୍ରହ୍ମଚାରିଣ ଓ ଚଣ୍ଡିହୋମ ଓ ମହାଆଳତି ଆୟୋଜିତ ହୋଇଥିବା ବେଳେ ବୁଧବାର ଦିନ ଚନ୍ଦ୍ରଘଂଟା ଓ ଚଣ୍ଡିହୋମ ହୋଇଥିଲା। ମହାଦୀପ ଓ ଭକ୍ତମାନଙ୍କ ଦୀପ ପ୍ରଜ୍ଜଳନ ହୋଇଥିବାବେଳେ ପ୍ରତ୍ୟେକ ସନ୍ଧ୍ୟାରେ ମହା ଆଳତି ଓ ଚଣ୍ଡିପାଠ ସହ ଆୟୋଜିତ ହୋଇଛି। ମନ୍ଦିରର ମୁଖ୍ୟପୂଜକ ମଳୟ ଦିଶ୍ରୀ ପୂଜା ଦାୟିତ୍ୱ ତୁଳାଇଥିବାବେଳେ ପଣ୍ଡିତ ଫକିର ଶତପଥି ଚଣ୍ଡିପାଠ ଆୟୋଜନ କରୁଛନ୍ତି। ଗତ ଗୁରୁବାର ଦିନ କୁଷ୍ମାଣ୍ଡା ଏବଂ ଶୁକ୍ରବାର ପଂଚମୀ ଦିନ ସ୍କନ୍ଦମାତା, ଶନିବାର ଦିନ ଷଷ୍ଠୀ କାତ୍ୟାୟନୀ, ରବିବାର ଦିନ ମହାସପ୍ତମୀ କାଳରାତ୍ରି ବେଶ, ସୋମବାର ଦିନ ମହାଅଷ୍ଟମୀ ମହାଗୌରୀ ବେଶ, ମଙ୍ଗଳବାର ଦିନ ମହାନବମୀ ସିଦ୍ଧିଦାତ୍ରୀ ଓ ମା’ ପାଟଣେଶ୍ୱରୀଙ୍କ ସନ୍ଧିପୂଜା ଏବଂ ବୁଧବାର ଦିନ ମା’ଙ୍କ ବିଶ୍ରାମ ଓ ଗତ ୨ ତାରିଖ ଦଶହରା ଓ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜନ କମିଟି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ