ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ପିଏମସ୍ୱନିଧି ଅନ୍ତର୍ଗତ ଷ୍ଟ୍ରୀଟ ଫୂଡ଼ ଭେଣ୍ଡରଙ୍କ ନିମନ୍ତେ ଖୋର୍ଦ୍ଧା ପୌର ପରିଷଦ ତରଫରୁ ଏଫଏସଏସଏଆଇର ସହଯୋଗରେ ବୁଧବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣରେ ପ୍ରାୟ ୯୫ ଜଣ ଷ୍ଟ୍ରୀଟ ଭେଣ୍ଡର ଯୋଗ ଦେଇଥିଲେ । ଟ୍ରେନର ମାନସ ମାଇଟି ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଖାଦ୍ୟର ପ୍ରସ୍ତୁତି, ଫୁଡ ଲାଇସେନ୍ସ , ସଫା ଖାଦ୍ୟ ,ଖାଦ୍ୟ କେତେ ତାପମାତ୍ରାରେ ପ୍ରସ୍ତୁତ କରିବା ଉଚିତ ତାହା ବୁଝାଇଥିଲେ । ଷ୍ଟ୍ରୀଟ ଫୂଡ଼ ଭେଣ୍ଡର ମାନଙ୍କ ବ୍ୟକ୍ତିଗତ ସ୍ୱଛତା ,ବର୍ଷକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ପୌର ପରିଷଦ ତରଫରୁ ସ୍ୱଛତା ହିଁ ସେବା ୨୦୨୫ ର ଏକ ସଚେତନତା ବାର୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ନିର୍ବାହୀ ଅଧିକାରୀ ପିଏମଏସଭିଏନିଧି ର ୩ଟି ପର୍ଯ୍ୟାୟରେ ଲୋନ କିଭଳି ପାଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ ଜ୍ଝ ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ଉପସ୍ଥିତ ରହି ଷ୍ଟ୍ରୀଟ ଫୂଡ଼ ଭେଣ୍ଡର ମାନଙ୍କୁ ସରକାରଙ୍କ ତରଫରୁ ଦିଆ ଯାଉଥିବା ସୁବିଧାକୁ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ