ପାଠ ପଢା ପାଇଁ ଭରା ନଦୀରେ ବାଜିରେ ଲାଗିଛି ଜୀବନ
କେନ୍ଦୁଝର, ୨୪ ସେପ୍ଟେମ୍ବର (ହି.ସ.) - ପାଠ ପଢ଼ା ପାଇଁ ଭରା ନଦୀରେ ବାଜି ରେ ଲାଗିଛି ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ତାଳପଦା ପଂଚାୟତ ତାଳପଦା ମୁଣ୍ଡା ସାହିରେ। ମୁଣ୍ଡା ସାହିକୁ ସମାକୋଇ ନଦୀ ଉପରେ ପୋଲ ନଥିବା ରୁ ବର୍ଷା ଦିନରେ ସାହିକୁ ଯାତାୟତ ପାଇଁ ଅସୁବିଧା ର ସମ୍ମୁଖିନ ହୋଇଥା
ପାଠ ପଢା ପାଇଁ ଭରା ନଦୀରେ ବାଜିରେ ଲାଗିଛି ଜୀବନ


କେନ୍ଦୁଝର, ୨୪ ସେପ୍ଟେମ୍ବର (ହି.ସ.) - ପାଠ ପଢ଼ା ପାଇଁ ଭରା ନଦୀରେ ବାଜି ରେ ଲାଗିଛି ଜୀବନ। ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ତାଳପଦା ପଂଚାୟତ ତାଳପଦା ମୁଣ୍ଡା ସାହିରେ। ମୁଣ୍ଡା ସାହିକୁ ସମାକୋଇ ନଦୀ ଉପରେ ପୋଲ ନଥିବା ରୁ ବର୍ଷା ଦିନରେ ସାହିକୁ ଯାତାୟତ ପାଇଁ ଅସୁବିଧା ର ସମ୍ମୁଖିନ ହୋଇଥାନ୍ତି ସାହି ବାସି । ପିଲା ଙ୍କ ପଢା କଥା ନ କହିଲେ ଭଲ ବର୍ଷା ହେଲେ ନଦୀ ବଢ଼ିଲେ ବସ୍ତାନି ରେ ଡୋରି ବନ୍ଧା ହୁଏ। ଏବେ ସ୍କୁଲ ରେ ପରିକ୍ଷା ଚାଲିଥିବା ରୁ ବାଧ୍ୟହୋଇ ମୁଣ୍ଡା ସାହି ରୁ କିଛି ଛାତ୍ରଛାତ୍ରୀ ତାଳପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିକ୍ଷା ଦେବାପାଇଁ ଭରା ନଦୀରେ ଜୀବନ କୁ ବାଜି ଲଗାଇ ନଦୀ ପାର ହୋଇ ପରିକ୍ଷା ଦେବାକୁ ଯାଇଛନ୍ତି।ଲଗାଣ ବର୍ଷା ଯୋଗୁଁ ସମାକୋଇ ନଦୀ ରେ ବର୍ଷା ଜଳ ପ୍ରଭାବିତ ହେଉଛି। କେବେ କେବେ ପାଣିରେ ଅଭିଭାବକ ମାନେ ଭରା ନଦୀରେ ବିପଦ ସଙ୍କୁଳ ଅବସ୍ଥାରେ ନିଜ ପିଲାଙ୍କୁ ନଦୀ ପାର କରାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।ସାହିରେ ୨୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ବିଭିନ୍ନ ସମୟରେ ସାହି ବାସୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ସ୍ୱାଧୀନତା ର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରିନାହିଁ। ଫଳରେ ନଦୀ ବଢ଼ିଲେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ମଧ୍ୟ ସମସ୍ୟା ର ସମୁଖୀନ ହୋଇଥାନ୍ତି। ନଦୀ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିଥାଏ। ଲୋକେ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ଙ୍କୁ ଦଉଡ଼ି ବାନ୍ଧି ବିପଦପୂର୍ଣ୍ଣ ଭାବେ ନଦୀ ପାର କରାଇଥାନ୍ତି। ଏବେ ମଧ୍ୟ ଲୋକେ ଆଦିମ ମଣିଷ ଭଳି ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande