ଭାଗ ନ ପାଇଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଚେତାବନୀ- ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଧାମରା ପୋର୍ଟରୁ ହେଉଥିବା ପରିବହନରେ ଭଦ୍ରକ ଜିଲ୍ଲା ଟିପର ଡମ୍ପର ଟ୍ରକ୍ ମାଲିକ ସଂଘ ପ୍ରତି ଉଭୟ ଧାମରା ପୋର୍ଟ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଜିଲ୍ଲା ଟିପର ଡମ୍ପର ମାଲିକ ସଂଘ ଆନ୍ଦୋଳନାତ୍ମକ ଚେତାବନୀ ଦେଇଛି। ଜିଲ୍
TIPPER -DUMPER MALIKA SANGHA


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଧାମରା ପୋର୍ଟରୁ ହେଉଥିବା ପରିବହନରେ ଭଦ୍ରକ ଜିଲ୍ଲା ଟିପର ଡମ୍ପର ଟ୍ରକ୍ ମାଲିକ ସଂଘ ପ୍ରତି ଉଭୟ ଧାମରା ପୋର୍ଟ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଜିଲ୍ଲା ଟିପର ଡମ୍ପର ମାଲିକ ସଂଘ ଆନ୍ଦୋଳନାତ୍ମକ ଚେତାବନୀ ଦେଇଛି। ଜିଲ୍ଲା ଟିପର ମାଲିକ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନର କାଳକ୍ଷେପଣ ନୀତିକୁ ନେଇ ସଂଘର ସମସ୍ତ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ ପଟେ କିସ୍ତି ପୈଠ କରି ନପାରି ଗାଡ଼ି ମାଲିକମାନେ ଜୀବନ ହାରିବାକୁ ଉଦ୍ୟମ କରୁଥିବା ବେଳେ, ଅନ୍ୟ ପଟେ ୨୧୮ ଗ୍ରାମ ପଂଚାୟତ, ୨ଟି ଏନ୍‌.ଏ.ସି. ଓ ୨ଟି ମ୍ୟୁନିସିପାଲିଟି ଥିବା ଏହି ଜିଲ୍ଲାରେ କେବଳ ଧାମରା ନିକଟସ୍ଥ ୭ଟି ପଂଚାୟତର ଗାଡ଼ି ମାଲିକମାନଙ୍କୁ ପରିବହନ କାର୍ଯ୍ୟର ୭୦% ଦିଆଯାଉଥିବା ଭଳି ଏକତରଫା ନିଷ୍ପତିକୁ ସାରା ଜିଲ୍ଲାରେ ତୀବ୍ର ନିନ୍ଦା କରାଯାଇଛି। ଏହି କାର୍ଯ୍ୟକାରିଣୀ ବୈଠକରେ ନ୍ୟାୟ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଆଗାମୀ ଦୁର୍ଗାପୂଜା ପରେ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘ ଆନ୍ଦୋଳନ ପନ୍ଥା ଆପଣାଇବାକୁ ନିଷ୍ପତି ନେଇଛି। ସଂଘର କର୍ମକର୍ତାମାନେ ଚେତାବନୀ ଦେଇଛନ୍ତି ଯେ ଧାମରା ପୋର୍ଟରୁ ପରିବହନ କରାଯାଉଥିବା ସମସ୍ତ ଗାଡ଼ିକୁ ଜିଲ୍ଲା ମୁଖ୍ୟାଳୟ ଦେଇ ଛଡ଼ାଯିବ ନାହିଁ। ଏହା ସହିତ, ଧାମରା ପୋର୍ଟରୁ ମାଲ ପରିବହନ କରୁଥିବା ଭାରତୀୟ ରେଳକୁ ମଧ୍ୟ ଜିଲ୍ଲା ମୁଖ୍ୟାଳୟରେ ଅଟକ ରଖାଯିବ। ଏହି ଆନ୍ଦୋଳନରେ ସଦସ୍ୟମାନେ ଜେଲ୍ ଭରୋ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ବୈଠକରେ ସଂଘର ସଭାପତି ଶୁଭେନ୍ଦୁ ରାୟମହାପାତ୍ର, ସାଧାରଣ ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ଉପ-ସଭାପତି ପ୍ରଫୁଲ୍ଲ ପତି, କାର୍ଯ୍ୟକାରିଣୀ ସଦସ୍ୟ ଚନ୍ଦନ ନାୟକ, ରଜତ ପତି, ରଥିଆ ବାରିକ, ଅଶୋକ ବାରିକ, ତଳଧ୍ୱଜ ବେହେରା, ସୁବାସ ଚନ୍ଦ୍ର ନାଥ, ସୌମ୍ୟ ରଞ୍ଜନ ବାରିକ, ବଳରାମ ପରିଡ଼ା, ଏବଂ ଶେଖ ରେଜାଉଲ୍ ମୁସ୍ତଫା ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande