ବଲାଙ୍ଗିର, ୨୪ ସେପ୍େଟମ୍ବର (ହି.ସ.)- ବଲାଙ୍ଗୀର ସହର ସମ୍ବଲପୁର ରୋଡ଼ ମହାଦେବ ମନ୍ଦିର ପାଶ୍ୱର୍ସ୍ଥ ବଲାଙ୍ଗୀର ସହରର ସର୍ବପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ନଗର କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜନ କରିଛି। ଦିନଥିଲା ଏହି କଲ୍ୟାଣ ମଣ୍ଡପରେ ବିବାହ, ବ୍ରତ, ଏକୋଇଶିଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଡ଼ ବଡ଼ ହୋଟେଲ ନଥିବା ସମୟରେ ସବୁ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ପାଇଁ ସହର ଲୋକଙ୍କର ପ୍ରଥମ ପସନ୍ଦ ଥିଲା ଏହି କଲ୍ୟାଣ ମଣ୍ଡପ। କିନ୍ତୁ ଧିରେ ଧିରେ ପ୍ରଶାସନର ଅବହେଳା ଯୋଗୁଁ ଇତିହାସର ପୃଷ୍ଠା ପରି ଏହା କଳଗର୍ଭରୁ ବିଲିନ ହେବା ଅବସ୍ଥାରେ ପହଂଚି ଯାଇଛି। ଅତଏବ ଏହାର ପୁନଃରୁଦ୍ଧାର ଓ ମରାମତି ନିତାନ୍ତ ଆବଶ୍ୟକ ବୋଲି ନଗର କଂଗ୍ରେସ ମତପ୍ରକାଶ କରିଛି। ଏହି କଲ୍ୟାଣ ମଣ୍ଡପ ସହ ବଲାଙ୍ଗୀର ସହରର ଐତିହ୍ୟ ଜଡ଼ିତ ବୋଲି ମଧ୍ୟ ନଗର କଂଗ୍ରେସ କହିଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସଭାର ୨୪ ଘଂଟା ନପୁରୁଣୁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ୨୩.୦୯.୨୦୨୫ରେ ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀଙ୍କ ସହ ଏକ ପ୍ରତିନିଧି ମଣ୍ଡଳିକୁ ଡାକି ଉପଜିଲ୍ଲାପାଳ ଏହି ବିଷୟରେ ଆଲୋଚନା କରିଥିଲେ ଏବଂ ପ୍ରତିଶୃତି ଦେଇଥିଲେ ଯେ ଯଥାଶୀଘ୍ର କଲ୍ୟାଣ ମଣ୍ଡପର ପୁନରୁଦ୍ଧାର କାମ ଆରମ୍ଭ ହେବ। ଏହି ସକାରାତ୍ମକ ପଦକ୍ଷେପ ପାଇଁ ବଲାଙ୍ଗୀର ଜନସାଧାରଣ ଓ ନଗର କଂଗ୍ରେସ କମିଟି ତରଫରୁ ଉପଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ନଗର କଂଗ୍ରେସ ସଭାପତି ବୁଲୁ ଦାନି। ମୀରା ମଣ୍ଡଳ, ଅନ୍ନପୂର୍ଣ୍ଣ ବରିହା, ଆରତିପ୍ରୀତି ନାଗ, ମନୀଷ ମିଶ୍ର, ଅସିତ ମିଶ୍ର, ଉମା ସାହୁ, ନାସିର ଖାନ, ସମୀର କୁମ୍ଭାର, ହିମାଂଶୁ ନାୟକ, ବର୍ଜ ସେଠି, ଜୁଲୁ ପଟ୍ଟନାୟକ, ଜ୍ୟୋତିଷ ମୁଗ୍ରୀ, ସୀତାରାମ କୁମ୍ଭାର ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ