ଭିଜିଲାନ୍ସ ଜାଲରେ ରାଧାବଲ୍ଲଭପୁର ଆରଆଇ, ୪ ହଜାର ଲାଂଚ ମାଗି ହେଲେ ଗିରଫ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନସ୍ତ ରାଧାବଲ୍ଲଭପୁର ଆର ଆଇ ନଗେନ୍ଦ୍ର ଦାସ ଜମି ମିଉଟେଶନ କରାଇ ଦେବ କହି ଜଣେ ଜମି ମାଲିକ ପାଖରୁ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ନଗେନ୍ଦ୍ର କୁ ଗିରଫ କରିଚନ୍ତି।ସୂଚନା ଥାଉକି ଭଗବାନପୁର ପଂଚାୟତ ର ପଳିକିରି
VIGILANCE JALARE RADHABALLAVPUR R.I.


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନସ୍ତ ରାଧାବଲ୍ଲଭପୁର ଆର ଆଇ ନଗେନ୍ଦ୍ର ଦାସ ଜମି ମିଉଟେଶନ କରାଇ ଦେବ କହି ଜଣେ ଜମି ମାଲିକ ପାଖରୁ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ନଗେନ୍ଦ୍ର କୁ ଗିରଫ କରିଚନ୍ତି।ସୂଚନା ଥାଉକି ଭଗବାନପୁର ପଂଚାୟତ ର ପଳିକିରି ଗ୍ରାମର ଦୟାନିଧି ମାଝୀ , ପିତା ଗୌରାଙ୍ଗ ତାଙ୍କର ଜମି ମିଉଟେସନ ପାଇଁ ବାରମ୍ୱାର ଆର ଆଇ ଅଫିସ କୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ ।ମାତ୍ର ତାଙ୍କର କାମ ହେଲାନାହିଁ। ସଂପୃକ୍ତ ଆର ଆଇ ଶ୍ରୀ ମାଝୀ ଙ୍କୁ ୫ ହଜାର ଟଙ୍କା ଦେଲେ ତମର କାମ ହୋଇଯିବ ବୋଲି କହିଥିଲେ।ନିରୁପାୟ ହୋଇ ଶ୍ରୀ ମାଝି ରାଜି ହୋଇଥିଲେ ।ତେବେ ଏ ନେଇ ଆର ଆଇ କୁ ପାନେ ଦେବାକୁ ଶ୍ରୀ ମାଝି ମଧ୍ୟ ମନସ୍ତ କରିଥିଲେ । ଏ ନେଇ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ବିଭାଗ ର ଅଧିକାରୀ ଦୁଷ୍ମନ୍ତ ନାୟକ , ଇନ୍ସପେକ୍ଟର ବଙ୍କିମ ବହାଲି ଙ୍କ ସହ ଯୋଗା ଯୋଗ କରିଥିଲେ ତାଙ୍କ କଥା ଅନୁଯାଇ ୪ ହଜାର ଟଙ୍କା ନେଇ ବୁଧବାର ସକାଳ ୯.୩୦ ସମୟରେ ଆର ଆଇ ଅଫିସ ରେ ପହଂଚି ଥିଲେ କିଛି ସମୟ ପରେ ଭିଜିଲାନ୍ସ ବିଭାଗ ର ଅଧିକାରୀ ନିଜ ପରିଚୟ ଗୋପନ ରଖି ପହଞ୍ଚିଥିଲେ। ଶ୍ରୀ ମାଝୀ ଆର ଆଇ ନଗେନ୍ଦ୍ର କୁ ୪ ହଜାର ଟଙ୍କା ଦେଲାବେଳେ ଭିଜିଲାନ୍ସ ଅଧିକାରୀ ନଗେନ୍ଦ୍ର କୁ କାବୁକରି ନେଇଥିଲେ। ଉକ୍ତ ଅଫିସ ରେ ଦୀର୍ଘ ସମୟ ଧରି ବିଭିନ୍ନ କାଗଜ ପତ୍ର ଯାଂଚ କରିବାପରେ ନଗେନ୍ଦ୍ର କୁ ଗିରଫ କରିଛନ୍ତି।ତେବେ ଆହୁରି ତଦନ୍ତ ବାକି ଥିବାରୁ ସଂପୂର୍ଣ୍ଣ ତଦନ୍ତ ସରିବା ପରେ ଅଧିକ ତଥ୍ୟ କୁହାଯିବ ବୋଲି ଭିଜିଲାନ୍ସ ଅଧିକାରୀ ଶ୍ରୀ ନାୟକ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande