ଜାତୀୟ ସେବା ଯୋଜନା ଦିବସ ପାଳିତ
ଜୟପୁର, 24 ସେପ୍ଟେମ୍ବର (ହି.ସ.) ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନା
ଜାତୀୟ ସେବା ଯୋଜନା ଦିବସ ପାଳିତ


ଜୟପୁର, 24 ସେପ୍ଟେମ୍ବର (ହି.ସ.)

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡଃ ପ୍ରଶାନ୍ତ କୁମାର ପାତ୍ର ଓ ମୁଖ୍ୟ ବକ୍ତା ଭାବରେ ସେମିଳିଗୁଡା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଝାନସି ସିଂ ଯୋଗଦେଇ ସେବା ହିଁ ଶାନ୍ତି ଓ ମୁକ୍ତି। ଏନ୍ ଏସ୍ ଏସ୍ ସ୍ବେଛାସେବୀମାନଙ୍କ ସେବା ଆଜି ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଥିଲେ। ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ଼ ମନୋରଞ୍ଜନ ପ୍ରଧାନ ବାର୍ଷିକ ବିବରଣୀ ସହ ପ୍ରାରମ୍ଭିକ ଅଭିଭାଷଣ ଦେବା ସହ ମଞ୍ଚାସୀନ ଅତିଥିମାନେ ବ୍ୟୁରୋ ଅନ୍ତର୍ଗତ ସମସ୍ତ କଲେଜ ମାନଙ୍କର‌ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଉତ୍ସର୍ଗୀକୃତ ସେବାର ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ବ୍ୟୁରୋ ରାଜ୍ୟରେ ଅଗ୍ରଣୀ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ଡଃ ଝାନସି ସିଂଙ୍କୁ ତାଙ୍କ ଜାତୀୟ ସେବା ଯୋଜନା ପ୍ରତି ଥିବା ଅବଦାନ ପାଇଁ ଉପଢୌକନ, ପୁଷ୍ପ ଗୁଛ ଓ ସ୍ମୃତି ଫଳକ ଦେଇ ସମ୍ମାନିତ କରାଯିବା ସହ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ସ୍ବେଛାସେବୀ ମାନଙ୍କ ଦ୍ଵାରା ପରିବେଷିତ ସଚେତନତା ଧର୍ମୀ ନାଟକ ସମସ୍ତଙ୍କୁ ମନୋରଞ୍ଜନ ସହ ନିଶା ନିବାରଣ ପାଇଁ ପ୍ରେରଣା ଦେଇଥିଲା। କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜିତ କରିଥିବା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସୁକାନ୍ତି ସ ଅତିଥି ପରିଚୟ କରିଥିବା ବେଳେ ଶ୍ରୀ ଲୋକେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବେଛାସେବୀ ସିଦ୍ଧାର୍ଥ ଓ ମୋନାଲିସା ଚମତ୍କାର ଭାବେ ମଞ୍ଚ ପରିଚାଳନା କରିଥିଲେ। ବିଶ୍ବବିଦ୍ୟାଳୟର ବହୁ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande