ମାଲକାନଗିରି ଡ଼ିଗ୍ରୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ମାଲକାନଗିରି, ୨୪ସେପ୍ଟେମ୍ବର (ହି.ସ.) ଆଜି ଜାତୀୟ ସେବା ବାହିନୀ ମାଲକାନଗିରି ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ସଂଯୋଜକ ଗୌତମ ନାୟକ ଓ ଦିପ୍ତିରେଖା ମିଶ୍ର ଟିମ୍ ମିଳିତ ଆୟୋଜନ କରିଥିଲେ l ଏହି ରକ୍ତଦାନ ଶିବ
ମାଲକାନଗିରି ଡ଼ିଗ୍ରୀ ମହାବିଦ୍ୟାଳୟ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ମାଲକାନଗିରି, ୨୪ସେପ୍ଟେମ୍ବର (ହି.ସ.) ଆଜି ଜାତୀୟ ସେବା ବାହିନୀ ମାଲକାନଗିରି ଡ଼ିଗ୍ରୀ ମହାବିଦ୍ୟାଳୟ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ତଥା ସଂଯୋଜକ ଗୌତମ ନାୟକ ଓ ଦିପ୍ତିରେଖା ମିଶ୍ର ଟିମ୍ ମିଳିତ ଆୟୋଜନ କରିଥିଲେ l

ଏହି ରକ୍ତଦାନ ଶିବିରରେ ସତ୍ୟନାରାୟଣ କଲେଜ ଅଫ୍ ନର୍ସିଂ ର ଛାତ୍ରୀ ମାନେ ଦିପା ମଣ୍ଡଳ, କବିତା ସିଲ, ବିପାଶା ରାୟ ଓ ଏସ୍ ପ୍ରିୟା ସହଯୋଗ କରିଥିଲେ l

ଓଡ଼ିଶା ରକ୍ତଭଣ୍ଡାର ର ଡାକ୍ତର

ସାଗର ବାଲା ଓ ଅନ୍ୟ କର୍ମଚାରୀ ଭବାନୀଶଙ୍କର ଜେନା, ବିକାଶ କୁମାର ପଣ୍ଡା, ବିଷ୍ଣୁ ପ୍ରିୟା ବାଘ, ଲିପି ପ୍ରଭା ମହାନ୍ତି, ସାଗର ମିଶ୍ର, ସଞ୍ଜୟ ସାଗର, ସୁଜଲ୍ କୁମାର ରାୟ, ଗୁଣ ସାଗର ଖମାରୀ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ରହି ପରିଚାଳନା କରିଥିଲେ l

ରକ୍ତଦାନ ନିମନ୍ତେ ବର୍ତ୍ତମାନର ଛାତ୍ର ଛାତ୍ରୀ ଙ୍କ ସହ ପୁରାତନ ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଆସି ନିଜ ପରୀକ୍ଷା କରିଥିଲେ l

ସର୍ବଶେଷରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ସଭାପତି ଶ୍ରୀ ସୋମନାଥ ପ୍ରଧାନ ଆସି ରକ୍ତଦାନ ଶିବିର ପିଲାଙ୍କ ଖାଇବା ବ୍ୟବସ୍ଥା ସବୁ ଦେଖିବାସହ ଅଧ୍ୟକ୍ଷ ଙ୍କ ସହ ସମସ୍ତବ୍ୟବସ୍ଥା ବିଷୟରେ ସବିଶେଷ ଆଲୋଚନା କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande