ସରକାରୀ ମହିଳା ମହାବିଦ୍ୟାଳୟରେ 'ଏନ୍.ଏସ୍.ଏସ୍' ପ୍ରତିଷ୍ଠା ଦିବସ ପାଳିତ
ଜୟପୁର, 24 ସେପ୍ଟେମ୍ବର (ହି.ସ.) ସରକାରୀ ମହିଳା ମହାବିଦ୍ୟାଳୟରେ '' ଏନ୍.ଏସ୍.ଏସ୍ '' ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପୂର୍ବକ ଏନ୍.ଏସ୍.ଏସ୍ ର ଲକ୍ଷ୍ୟ, ଅଭିପ୍ରାୟ ଏବଂ
ସରକାରୀ ମହିଳା ମହାବିଦ୍ୟାଳୟରେ 'ଏନ୍.ଏସ୍.ଏସ୍' ପ୍ରତିଷ୍ଠା ଦିବସ ପାଳିତ


ଜୟପୁର, 24 ସେପ୍ଟେମ୍ବର (ହି.ସ.)

ସରକାରୀ ମହିଳା ମହାବିଦ୍ୟାଳୟରେ ' ଏନ୍.ଏସ୍.ଏସ୍ ' ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପୂର୍ବକ ଏନ୍.ଏସ୍.ଏସ୍ ର ଲକ୍ଷ୍ୟ, ଅଭିପ୍ରାୟ ଏବଂ ଭାବନାରେ ସ୍ଵଚ୍ଛତା ଓ ନିଃସ୍ୱାର୍ଥ ସେବା ସମ୍ପର୍କରେ ଛାତ୍ରୀମାନଙ୍କୁ ଉତ୍ସାହିତ ବାଣୀ ପ୍ରଦାନ କରିଥିଲେ ।ଏହାପରେ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଡ. ଡମ୍ବରୁଧର ଦାସ ସେବାରେ କୌଣସି ପ୍ରାପ୍ତିର ଆଶା ନ ରଖିବା ଏବଂ ମହାପୁରୁଷଙ୍କ ଜୀବନରୁ ଶିକ୍ଷା ଗ୍ରହଣ କରିବା ସମ୍ପର୍କରେ କହିଥିଲେ । ଯୁକ୍ତ ଦୁଇ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୀମା ମହାପାତ୍ର ଏନ୍.ଏସ୍.ଏସ୍ ର ସଂଜ୍ଞା ପ୍ରଦାନ ପୂର୍ବକ 'ନଟ୍ ମି ବଟ୍ ୟୁ' ର ଯଥାର୍ଥତା ପ୍ରତିପାଦନ କରିଥିଲେ l ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନିତା କୁମାରୀ ପ୍ରଧାନ ଏନ୍.ଏସ୍.ଏସ୍ ଦିବସର ମହତ୍ତ୍ବ ପ୍ରତିପାଦନ କରିଥିଲେ ଏବଂ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ରାଷ୍ଟ୍ରୀୟ ସେବା ଯୋଜନା ତରଫରୁ ମାଇ ଭାରତ ପୋର୍ଟାଲରେ ସ୍ଵେଚ୍ଛାସେବୀଙ୍କ ନାମ ପଞ୍ଜୀକରଣ କରିବା ପାଇଁ ଅଧ୍ୟାପକ ଆଲୋକ ମହାରଣା ଓ କାହ୍ନୁ ଚରଣ ବରଡ଼ ଦିଗଦର୍ଶନ ପ୍ରଦାନ କରିଥିଲେ । ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande