ଭାରତୀୟ ଯୋଗ ସଂସ୍ଥାନ , ନୟାପଲ୍କୀ ଯୋଗ ଜିଲ୍ଲା ତରଫରୁଇନ୍ଦ୍ରଧନୁ କ୍ଷେତ୍ର ଏବଂ ଆଇ.ଆର୍.ସି  କ୍ଷେତ୍ରର ମିଳିତ ଆନୁକୁଲ୍ୟରେ   ‘ଯୋଗ ଉତ୍ସବ’ ଅନୁଷ୍ଠିତ
ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନ ପାଇଁ ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ ଭୁବନେଶ୍ୱର 24 ସେପ୍ଟେମ୍ବର (ହି.ସ.) ଭାରତୀୟ ଯୋଗ ସଂସ୍ଥାନ, ନୟାପଲ୍କୀ ଯୋଗ ଜିଲ୍ଲା, ଓଡ଼ିଶା ତରଫରୁ ଇନ୍ଦ୍ରଧନୁ କ୍ଷେତ୍ର ଏବଂ ଆଇ.ଆର୍.ସି କ୍ଷେତ୍ରର ମିଳିତ ଆନୁକୁଲ୍ୟରେ ଆଜି ଯୋଗ ଉତ୍
ଭାରତୀୟ ଯୋଗ ସଂସ୍ଥାନ ,   ନୟାପଲ୍କୀ ଯୋଗ ଜିଲ୍ଲା     ତରଫରୁଇନ୍ଦ୍ରଧନୁ କ୍ଷେତ୍ର ଏବଂ     ଆଇ.ଆର୍.ସି  କ୍ଷେତ୍ରର ମିଳିତ ଆନୁକୁଲ୍ୟରେ   ‘ଯୋଗ ଉତ୍ସବ’   ଅନୁଷ୍ଠିତ


ନିରୋଗ ଏବଂ ଶୃଙ୍ଖଳିତ ସମାଜ ଗଠନ ପାଇଁ ନିୟମିତ ଯୋଗାଭ୍ୟାସ ପାଇଁ ଆହ୍ୱାନ

ଭୁବନେଶ୍ୱର 24

ସେପ୍ଟେମ୍ବର (ହି.ସ.) ଭାରତୀୟ ଯୋଗ ସଂସ୍ଥାନ,

ନୟାପଲ୍କୀ ଯୋଗ ଜିଲ୍ଲା, ଓଡ଼ିଶା ତରଫରୁ ଇନ୍ଦ୍ରଧନୁ କ୍ଷେତ୍ର ଏବଂ ଆଇ.ଆର୍.ସି କ୍ଷେତ୍ରର ମିଳିତ ଆନୁକୁଲ୍ୟରେ ଆଜି ଯୋଗ ଉତ୍ସବ ଅନୁଷ୍ଠିତ ହୋଇଥିଲା

। ଏକ ଶୃଙ୍ଖଳିତ, ସୁସ୍ଥ ଏବଂ ଶାନ୍ତ ପରିବେଶରେ

ଅନୁଷ୍ଠିତ ହୋଇଯାଇଥିବା ଏହି

କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ

ଯୋଗ ପ୍ରତି ସଚେତନତା ସୃଷ୍ଟି କରିବା ଓ ସମସ୍ତଙ୍କ ମନରେ ନିୟମିତ ଯୋଗାଭ୍ୟାସ ପାଇଁ ଏକ ସୁନ୍ଦର ଏବଂ ସ୍ୱତନ୍ତ୍ର ଛାପ ଛାଡ଼ିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ।

କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ ଭାରତୀୟ ଯୋଗ ସଂସ୍ଥାନର କାର୍ଯ୍ୟକର୍ତ୍ତାମାନେ

ଜନସାଧାରଣଙ୍କୁ ଯୋଗ ପ୍ରତି ଆକୃଷ୍ଟ କରିବା,

ଏକ ନିରୋଗ ଏବଂ ଶୃଙ୍ଖଳିତ

ସମାଜ ଗଠନରେ ନିଜର ଭୂମିକାକୁ ପ୍ରଭାବୀ କରିବା ସଂପର୍କରେ ଆଲୋକପାତ କରି ଉତ୍ସାହିତ କରିଥିଲେ

ଏହି କାର୍ଯ୍ୟକ୍ରମରେ

ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ ମହାପାତ୍ର ,

ପ୍ରାନ୍ତ ସଦସ୍ୟା ଶ୍ରୀମତୀ

ମଞ୍ଜୁଳା ମିଶ୍ର , ଜିଲ୍ଲା ଅଧିକାରୀ

ଶ୍ରୀ ପ୍ରଦୀପ୍ତ ମହାନ୍ତି ,

ଶ୍ରୀ ଜ୍ୟୋତିର୍ମୟ ରଥ, ଜୟଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ

ଯୋଗ ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଭିନ୍ନ ସାଧକ ସାଧିକା ମାନଙ୍କ ଦ୍ୱାରା ଯୋଗର

ବିଭିନ୍ନ ଆସନ ,ପ୍ରାଣାୟାମ ,

ଧ୍ୟାନର ଅଭ୍ୟାସ କରାଯିବା

ସହ ଭଜନ, ଯୋଗ ସଂଗୀତ ,

ଯୋଗର ମହତ୍ତ୍ଵକୁ ମଧ୍ୟ

ଅନ୍ତର୍ଭୁକ୍ତ କରାଯାଇଥିଲା । ତତ୍ ସହିତ କେତେକ

ସାଧକ ସାଧିକା ଯୋଗ କରିବା ଦ୍ୱାରା ସେମାନେ

କିପରି ବହୁଧା ଉପକୃତ ହୋଇଛନ୍ତି ,

ସେ ସଂପର୍କରେ ନିଜ ନିଜର

ଅନୁଭୂତି ବଖାଣି ଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ମମତା ଦାଶ ସଞ୍ଚାଳନ କରିଥିଲେ ।

--------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande