ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ପିଏମ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ୦୭ଟି ବ୍ଲକରୁ ମନୋନୀତ ହୋଇଥିବା ୨୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମିନାରରେ ମୁଖ୍ୟ ଅତିଥିଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ। ସଭାପତିତ୍ୱ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଜଗବନ୍ଧୁ ସାହୁ। ମଂଚ ପରିଚାଳନା କରିଥିଲେ ଜିଲ୍ଲା ବିଜ୍ଞାନ ସଂଯୋଜକ ହିମାଦ୍ରି ନନ୍ଦିନୀ ବିଶ୍ୱାଳ, ସମ୍ମାନିତ ଅତିଥିଭାବେ ପ୍ରଶାନ୍ତ କୁମାର ସାହୁ, ପ୍ରଧାନଶିକ୍ଷକ, ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଡକ୍ଟର ସନ୍ତୋଷ କୁମାର ନନ୍ଦ, ଅଧ୍ୟାପକ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ବିଚାରକ ଭାବେ ରମଣୀ ରଞ୍ଜନ ରାଉତ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାର୍ଯ୍ୟ ସମ୍ପାଦନ କରିଥିଲେ । ସେମିନାରରେ ପ୍ରଥମ ସ୍ଥାନ ଅଂଶୁମାନ ପଣ୍ଡା, ବୈଭବ କୁମାର ସାହୁ, ଦ୍ୱିତୀୟ ସ୍ଥାନ, ସୁଶ୍ରୀ ତୁଳସୀ ନାୟକ, ତୃତୀୟ ସ୍ଥାନ ଅଧିକାର କରିଥିଲେ। ସଭାକାର୍ଯ୍ୟ ପରିଚାଳନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହାୟତା କରିଥିଲେ ଏବଂ ସଭାଶେଷରେ ଶିକ୍ଷକ ସୋନ୍ତୋଷ କୁମାର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ