କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସର୍କିଟ ହାଉସ୍ ଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା କଳ୍ପନା ମଲ୍ଲିକ, ରେଜିଷ୍ଟ୍ରର ସୁଶୀଲ କୁମାର ରୟ, କାଉସିଲର ବନ୍ଦନା ମହାନ୍ତି ଏବଂ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଯୋଗ ଦେଇ ଶୁଣାଣି ଶିବିରରେ ସହାୟତା କରିଥିଲେ। ଏହି ଶିବିର ଅଦାଲତରେ ୪୧ଟି ମାମଲାର ଶୁଣାଣି ନିମନ୍ତେ ଧାର୍ଯ୍ୟ କରାଯାଇଥିବାବେଳେ ସେଥିରୁ ୨୩ଟିର ଶୁଣାଣୀ ହୋଇଥିଲା। ଏଥିରୁ ୬ଟି ମାମଲାର ଆପୋଷ ସମାଧାନ ହୋଇଥିବାବେଳେ ୫ଟି ମାମଲାର ତଦନ୍ତ ନିମନ୍ତେ ପୋଲିସ ପ୍ରଶାସନକୁ ପଠାଇ ଦିଆଯାଇଛି। ସେହିପରି ଅନ୍ୟ ୨ଟିକୁ ଶିଶୁ ସୁରକ୍ଷା ଅଧିକାରୀ ନିକଟକୁ ଘରୋଇ ହିଂସା ଆଇନ୍ରେ କେସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଗୋଟିଏ କେସ୍ ଜିଲ୍ଲା ଆଇନ୍ ସେବା ପ୍ରଦ୍ଧିକରଣଙ୍କ ନିକଟକୁ ପଠାଯାଇଛି। ଅବଶିଷ୍ଟ ୯ଗୋଟି ମାମଲାର ପୁନର୍ବାର ଶୁଣାଣୀ ନିମନ୍ତେ ନୋଟିସ ପ୍ରେରଣ କରିବା ନିମନ୍ତେ ଆଦେଶ ଦିଆଯାଇଛି। ଶିବିରରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲପାଳ(ରାଜସ୍ୱ)ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧକାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି