ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)
- ପାତ୍ରପଡାରେ
ଥାର ଦୁର୍ଘଟଣାରେ ମାଆ ଝିଅଙ୍କ ମୃତ୍ୟୁ ଘଟଣାରେ ଥାର ଗାଡି ମାଲିକ ଗିରଫ । ସୋମନାଥ ବେହେରାଙ୍କୁ
ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଏକ ମାସରୁ
ଅଧିକ ଦିନ ଲୁଚକାଳୀ ପରେ ମାଡି ବସିଲା ପୋଲିସ । ପୁରୀ ଅଞ୍ଚଳରୁ ସୋମନାଥଙ୍କୁ ଗିରଫ କରିଛି
ପୋଲିସ । ଗତ ଅଗଷ୍ଟ ମାସରେ ପାତ୍ରପଡାରେ ମା ଝିଅକୁ ଧକ୍କା ଦେଇ ଫେରାର ଥିଲା । ଗାଡି ଧକ୍କାରେ ମା
ଝିଅଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ଏହି ଘଟଣା ରେ
4 ଜଣ ଗିରଫ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା