ଶୂନ୍ୟକାଳରେ ଉଠିଲା ନାରୀ ସୁରକ୍ଷା ପ୍ରସଙ୍ଗ
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଶୂନ୍ୟକାଳରେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ଗତ ବିଧାନସଭାରେ ମହିଳା ସୁରକ୍ଷା କଥା ଉଠାଇ ଆମର 14 ଜଣ ବିଧାୟକଙ୍କୁ ଅନ୍ୟାୟ ଭାବେ ନିଲମ୍ବନ କରାଗଲା ବୋଲି ଅଭିଯୋଗ କରିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ । ବାହାରୁ
ଶୂନ୍ୟକାଳରେ ଉଠିଲା ନାରୀ     ସୁରକ୍ଷା ପ୍ରସଙ୍ଗ


ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ଶୂନ୍ୟକାଳରେ

ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ଗତ ବିଧାନସଭାରେ ମହିଳା ସୁରକ୍ଷା କଥା ଉଠାଇ ଆମର 14 ଜଣ ବିଧାୟକଙ୍କୁ ଅନ୍ୟାୟ ଭାବେ ନିଲମ୍ବନ କରାଗଲା

ବୋଲି ଅଭିଯୋଗ କରିଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ । ବାହାରୁ 150ରୁ 200 ଗୁଣ୍ଡା ଆସି ବାଡେଇ ଆମ ସହ ଜୁଲମ କରି ରାଜରାସ୍ତାରେ

ଫିଙ୍ଗି ଦିଆଗଲା । ଯେଉଁମାନେ ଗୃହର ସଭ୍ୟ ନୁହଁନ୍ତି, ସେମାନେ

ବଳପୂର୍ବକ ଭାବେ ବିଧାୟକ ମାନଙ୍କୁ ବାହାରେ ଫୋପାଡି ଦେଲେ । ଗୃହ ବିଧାୟକଙ୍କୁ ସମ୍ମାନ ଦେବା

କଥା । ରାଜ୍ୟରେ ମାଆ ମାନେ ସୁରକ୍ଷିତ ନାହାନ୍ତି । ନାରୀ ନିର୍ଯାତନାରେ ଦେଶରେ ଓଡିଶା ସପ୍ତମ

ସ୍ଥାନରେ ବୋଲି କହିଲେ କଂଗ୍ରେସ ବିଧାୟକ ଦଳ ନେତା । 44 ହଜାର ମହିଳା

ନିଖୋଜ ଅଛନ୍ତି । ଏହାସହ ଗୋପାଳପୁର, କେନ୍ଦୁଝରରେ ଦୁଷ୍କର୍ମ କଥା

ମଧ୍ୟ ଉଠାଇଲେ ରାମଚନ୍ଦ୍ର କଡ଼ାମ । ସେହିପରି ବଳଙ୍ଗା ମାମଲାରେ ଉପ ମୁଖ୍ୟମନ୍ତ୍ରୀ ଟାର୍ଗେଟ

କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande