ବିଜେପି ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମେଘା ରକ୍ତଦାନ ଶିବିର ହେବ
ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀର ୬ ଗୋଟି ସ୍ଥାନରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ରକ୍ତଦାନ ଶିବିରରେ କଟକ ଏସସିବି ମେଡିକାଲ ଓ ରେଡ଼କ୍ରସ ପକ୍ଷରୁ ଡାକ୍ତର ଓ ଷ୍ଟାଫ ମାନେ ରକ୍ତ ସଂଗ୍ରହରେ ସହାୟତା କରିବେ ଆସନ୍ତା ୨୫ ତାରି
ବିଜେପି ପକ୍ଷରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମେଘା ରକ୍ତଦାନ ଶିବିର ହେବ


ଧର୍ମଶାଳା,୨୪ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀର ୬ ଗୋଟି ସ୍ଥାନରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ରକ୍ତଦାନ ଶିବିରରେ କଟକ ଏସସିବି ମେଡିକାଲ ଓ ରେଡ଼କ୍ରସ ପକ୍ଷରୁ ଡାକ୍ତର ଓ ଷ୍ଟାଫ ମାନେ ରକ୍ତ ସଂଗ୍ରହରେ ସହାୟତା କରିବେ ଆସନ୍ତା ୨୫ ତାରିଖରୁ ଏହାର ଶୁଭାରମ୍ଭ ହେଉଥିବା ବେଳେ ପ୍ରଥମ ଦିନ ସେପ୍ଟେମ୍ବର ୨୫ ତାରିଖରେ ଚଡେଇଧରା଼ ସ୍ଥିତ ଜଗନ୍ନାଥ ଜୀୟୁ ମହାବିଦ୍ୟାଳୟ ଓ ଜରାକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେପଟେମ୍ବର ୨୬ ତାରିଖରେ କନ୍ତପଡାସ୍ଥିତ ମୁକୁନ୍ଦପାତ୍ର କଲେଜ, ଅଚ୍ୟୁତପୁରସ୍ଥିତ ଦାମୋଦର ବିଦ୍ୟାଳୟ ଓ କୋତପୁର ସ୍ଥିତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ । ସେହିପରି ୨୭ ତାରିଖରେ ୩୪ ଓ ୩୫ ନମ୍ବର ଜୋନ ର ବାରବାଟୀ ହାଇସ୍କୁଲ ଏବଂ କୃଷ୍ଣପଡାସ୍ଥିତ ଦୁର୍ଗାଶଙ୍କର ସ୍କୁଲରେ ଅନୁଷ୍ଠିର ହେବାକୁ ସ୍ଥିର କରାଯାଇଛି । ରକ୍ତଦାନ କରିବାକୁ ଇଚ୍ଛୁକ ସ୍ୱେଛାସେବୀ ମାନେ ରାଜେଶ ପାଳ, ଆୟୁଷ୍ମାନ ସାହୁ ଓ ତୀର୍ଥରାଜ ପଣ୍ଡାଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱେଛାକୃତ ରକ୍ତଦାତା ମାନେ ଯୋଗଦେଇ ରକ୍ତ ଦାନ କରିବାକୁ ଅନୁରୋଧ କରାଯାଇଛି । ଅନୁଷ୍ଠିତ ହେବାକୁଥିବା ଏହି ସମସ୍ତ ଶିବିରରେ ୬ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ଧର୍ମଶାଳା ବିଜେପି ପକ୍ଷରୁ ଜାରକା ଠାରେ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande