ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଚରଦିଆ ପଂଚାୟତରେ ଥିବା ଚରଦିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁନୀ କୁନୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ ଝାଡୁ ମାରିବାକୁ କହିବାରୁ ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଏହି ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସରକୁ ସଫା କରିବାକୁ କହିଥିଲେ। ଫଳରେ କୁନୀ କୁନୀ ଝିଅ ବିଦ୍ୟାଳୟ ହତାକୁ ଝାଡି ମାରି ସଫା କରିଥିଲେ ପରେ ବିଦ୍ୟାଳୟ ପରିସରରେ ଥିବା ଗଣେଷ ମୂର୍ତୀକୁ ମଧ୍ୟ ଝାଡୁ ଏବଂ ବାଲତିରେ ପାଣି ଆଣି ସଫା ମଧ୍ୟ କରିଥିଲେ।ସରକାର ଗୋଟିଏ ପ ଟରେ ବିଦ୍ୟାଳୟ ପରିସର ଦଣ୍ଡମୁକ୍ତ ଅଂଚଳ ବୋଲି ଘୋଷଣା କରିଥିବା ବେଳେ ବିଦ୍ୟାଳୟ ପରିସର ମଧ୍ୟରେ କୌଣସି କୌଣସି ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି କାର୍ଯ୍ୟରେ ଲଗାଇ ପାରିବେ ନାହିଁ ବୋଲି ନିର୍ଦେଶ ଥିବା ବେଳେ କେଉଁ ପରିସ୍ଥିତିରେ କୁନୀ କୁନୀ ଛାତ୍ରଛାତ୍ରୀ ମାନେ ଝାଡୁ ଲଗାଇ ପରିସର ସଫା କରିବା ସହ ଗଣେଷଙ୍କ ମୂର୍ତିକୁ ମଧ୍ୟ ସଫା କଲେ ଏ ନେଇ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏ ବାବଦରେ ସଂପୃକ୍ତ ପ୍ରଧାନଶିକ୍ଷକ ବିଜୟ ଜେନାଙ୍କୁ ପଚାରିବାରୁ ସେ କୁନୀକୁନୀ ଛାତ୍ରଛାତ୍ରୀଙ୍କୁ ସଫା କରିବାକୁ ନିର୍ଦେଶ ଦେଇ ନଥିବା କଥା କହିଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ସିଆରସିସି ମନୋଜ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ଜାଣି ନଥିବା କଥା କହିଥିଲେ।ଅନ୍ୟ ପକ୍ଷରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେହି ଗ୍ରାମର ସନ୍ତୋଷ ମହାଳିକ, ଶ୍ରୀଧର ମହାଳିକ, ରମାକାନ୍ତ ମହାଳିକ , ବିଜୟ ମହାଳିଙ୍କ ସହ ଅନ୍ୟ ମାନେ ଅଭିଯୋଗ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ