ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)- ‘ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ନେଇ ମୁଖ୍ୟମନ୍ତ୍ରୀ
ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି
ଯେ, ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହି ଅବସରରେ
ପୁଷ୍କରା ଚଳଚ୍ଚିତ୍ର ତଥା ଏହା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ
ଶୁଭେଚ୍ଛା ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତ ଏହିପରି ଉତ୍ତମ ଚଳଚ୍ଚିତ୍ରମାନଙ୍କ ସହିତ ଆହୁରି
ଉନ୍ନତି କରୁ ବୋଲି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା