ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)
- ଟ୍ରମ୍ଫଙ୍କ
ଟାରିଫ ଯୋଗୁଁ ପ୍ରଭାବିତ ହୋଇଛି ରାଜ୍ୟର ଚିଙ୍ଗୁଡ଼ି ରଫ୍ତାନି । ପ୍ରଭାବିତ ହୋଇଛନ୍ତି 25 ହଜାର ଚିଙ୍ଗୁଡ଼ି ଚାଷୀ । ଏଥିସହ 62 ମତ୍ସ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ ବି ପ୍ରଭାବିତ ହୋଇଛି । ଏହାର ବିକଳ୍ପ ବ୍ୟବସ୍ଥା
ପାଇଁ କେନ୍ଦ୍ର ସରକାର ଜାପାନ, ଦକ୍ଷିଣ କୋରିଆ, ଲଣ୍ଡନ, ରସିଆ, ଅଷ୍ଟ୍ରଲିଆ,
ଦକ୍ଷିଣ ପୂର୍ଵ ଏସିଆ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ଚାଲିଛି । ଓଡ଼ିଶାର
ସମୁଦାୟ ମତ୍ସ୍ୟ ଉତ୍ପାଦନର 24.5 ପ୍ରତିଶତ ଚିଙ୍ଗୁଡ଼ି ଆମେରିକାକୁ
ଯାଇଥାଏ । ଯାହାକୁ ଟାରିଫ କଟକଣା ପରେ ପ୍ରଭାବିତ ହୋଇଥିବା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା